/odishatv-khabar/media/post_attachments/uploadimage/library/16_9/16_9_0/Loot__1673253596.jpg)
Loot
ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟ୍ । ଢେଙ୍କାନାଳ ପର୍ଜଙ୍ଗ ଥାନା ଲୋଧଣୀରେ ଏହି ଲୁଟ୍ ହୋଇଛି । ଭୁଜାଲିରେ ଆକ୍ରମଣ କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ଡକାୟତି ହୋଇଥିବା ସୂଚନା ମିଳିଛି । ଏକ ବାଇକରେ ଆସି ୩ ଦୁର୍ବୃତ୍ତ ଟଙ୍କା ଝାମ୍ପି ନେଇ ଯାଇଛନ୍ତି ।
Advertisment
ସୂଚନା ଅନୁସାରେ ପରଜଙ୍ଗ ଥାନା ଲୋଧଣୀ ଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରେ ଏକ ଡିଷ୍ଟ୍ରିବ୍ୟୁଟର କଂପାନିର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୩ ଜଣ ଦୁର୍ବୁତ୍ତ । ଗୁରୁତର ମ୍ୟାନେଜର ଜଣଙ୍କ କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ । ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିବା ବେଳେ ସେ ଲୁଟର ଶିକାର ହୋଇଛନ୍ତି ।
ଜୟନ୍ତଙ୍କୁ ବର୍ତ୍ତମାନ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜୟନ୍ତ କନ୍ଦରସିଂହା ଗାଁର ବ୍ୟବସାୟୀ କ୍ଷୀରୋଦ କୁମାର ସାହୁଙ୍କ ପାଖରେ ରହି ମ୍ୟାନେଜର ଭାବେ କାମ କରୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)