/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664886124.jpg)
Escort Service
ଏସ୍କର୍ଟ ସର୍ଭିସ୍ ଦେବେ କହି ଠକି ନେଲେ । ଲୁଟ୍ କଲେ ଲକ୍ଷାଧିକ ଟଙ୍କା । ରିତିମତ ଏମିତି କରୁଥିବା ବେଳେ ଏବେ ଧରାପଡ଼ିଛନ୍ତି । ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସାବଧାନ ! ଏବେ ସତର୍କ ରୁହନ୍ତୁ । ଦିନିକୁ ଦିନ ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ ସାରା ଦେଶରେ ବି ସାଇବର ଲୁଟେରାଙ୍କ ଉତ୍ପାତ କହିଲେ ନେସରେ । ତେବେ ଏହାରି ଭିତରେ ଏବେ ସାଇବର ଲୁଟେରା ଏକ ପୁରୁଣା ଫର୍ମୁଲା ଆପଣାଇଛନ୍ତି । ଲୋକଙ୍କୁ ଏସ୍କଟ୍ ସର୍ଭିସ୍ ଦେବେ କହି ଲୁଟ୍ କରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଏକ ବଡ଼ ରାକେଟ ଏଭଳି ଅପାରାଧରେ ଲିପ୍ତ ଥିବା ସନ୍ଦେହ କରାଯାଉଛି । କାରଣ ପୋଲିସ ପାଖରେ ପହଞ୍ଚିଥିବା ଅଭିଯୋଗକୁ ଦେଖଲେ, ଏହି ରାକେଟ୍ ଲୋକଙ୍କୁ ଏସ୍କଟ ସର୍ଭିସ୍ ଦେବ କହି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି ।
ଅଭିଯୋଗ ପାଇବା ପରେ ପୋଲିସ ବିଭନ୍ନ ସ୍ଥାନରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି । ସେଥିରେ ଜଣେ ମହିଳା ଥିବା ମଧ୍ୟ ଜଣାପଡ଼ିଛି । ଇଣ୍ଟରନେଟ୍ରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନଙ୍କର ୨୦ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ସହ ୨୦ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୮୭ ହଜାର ଟଙ୍କା, ୧୦ଟି ATM କାର୍ଡ ଓ ମୋବାଇଲ ଜବତ ହୋଇଛି । ଏନେଇ ଅଧିକ ଛାନ୍ଭିନ୍ ଚଳାଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)