Advertisment

ଆଖି ଆଗରେ ନୋଟ୍ ବଦଳାଇବାକୁ କହି ଗାଏବ କରିଦେଲେ ଟଙ୍କା

ବେଶ୍ ଚାଲାକର ସହ କଥା କହି ଭୋଳାନାଥଙ୍କୁ ନିଜ ଜାଲରେ ଫସାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
60 thousand Loot In Baleswar

60 thousand Loot In Baleswar

ଆଖି ଆଗରୁ ନେଇଗଲେ ଟଙ୍କା। ୫୦୦ ଟଙ୍କିଆ ନୋଟ୍ ଗଣିବାକୁ ମାଗିଲେ ଆଉ ଗାଏବ କରିଦେଲେ ୬୦ ହଜାର। ଏପରି କିଛି ଅଭିଯୋଗ ବାଲେଶ୍ୱର ସିମୁଳିଆ ଥାନା ଝାଟିଆମାଳ ଅଞ୍ଚଳରୁ ଆସିଛି। ଏଠି ମିନି ବ୍ୟାଙ୍କ ଚଲାଇଥିବା ଭୋଳାନାଥ ପାଢ଼ୀଙ୍କ ପାଖରୁ ଦୁଇ ଜଣ ବ୍ୟକ୍ତି ଠକି ନେଇଛନ୍ତି ୬୦ ହଜାର ଟଙ୍କା। ନିର୍ଦ୍ଦିଷ୍ଟ କିଛି ୫ ଶହ ଟଙ୍କିଆ ନୋଟ୍ ବଦଳରେ ଶହେ ଟଙ୍କିଆ ୫ଟି ନୋଟ୍ ନେବାକୁ ଆସିଥିଲେ ଠକ ମାନେ।

Advertisment

ବେଶ୍ ଚାଲାକର ସହ କଥା କହି ଭୋଳାନାଥଙ୍କୁ ନିଜ ଜାଲରେ ଫସାଇଥିଲେ। ହିନ୍ଦୀରେ କଥା କହିବା ସହ ନିଜକୁ ବିଦେଶୀ ପରିଚୟ ଦେଇଥିଲେ। ଭୋଳାନାଥ ଏମାନଙ୍କ କଥାରେ ଫସି ଯାଇ ବିଶ୍ୱାସରେ ୫୦୦ ଟଙ୍କିଆ ନୋଟ୍ ବିଡ଼ା ଧରାଇ ଦେଇଥିଲେ। ୧ ଲକ୍ଷ ୪୪ ହଜାରରୁ ନିଜେ ବାଛି ଟଙ୍କା ରଖିବାକୁ କହିଥିଲେ। ନିଜ ସାମ୍ନାରେ ଏସବୁ ହେଉଥିବାରୁ ବେଫିକର ଥିଲେ ଭୋଳା।

ହେଲେ ଜାଣିନଥିଲେ କି, ଆଖି ଆଗରେ ହି ଚକ୍‌ମା ଦେଇଦେବେ ଠକ। ଟଙ୍କା ବିଡ଼ା ଗଣୁ ଗଣୁ ମୋବାଇଲ୍ ତଳେ କିଛି ନୋଟ୍ ନେଇ ଗାଏବ କରିଦେଲେ। ଏମିତି ୬୦ ହଜାର ଟଙ୍କା ଠକିବା ପରେ ସେଠୁ ଛୁ ମାରିଛନ୍ତି ଦୁଇ ଜଣ। ଏନେଇ ସିମୁଳିଆ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରୁଛି ପୋଲିସ୍।

Advertisment
Loot
Advertisment
Advertisment