Advertisment

ଚିତା ଚୈତନ୍ୟ କାଟି ଲୁଟୁଥିଲେ, ନାମ ନେଲେ

ଅସଲି ପୂଜକଙ୍କ ନକଲି କାଣ୍ଡ। ଲୋକଙ୍କୁ ଚାକିରି ଦେବା, ବଡ ହସ୍‌ପିଟାଲରେ ଚିକିତ୍ସା କରିବା କହି ଲୁଟୁଥିଲେ। ଧରା ପଡିଗଲା ଏବେ ସବୁ କିଛି। ପୂଜକ ଭାବି ଲୋକେ କରିଥିଲେ ବିଶ୍ୱାସ, ହେଲେ ମିଳିଲା ବିଷ।

author-image
Pramod Behera
ଅଦ୍ୟତନ ହୋଇଛି
Fraud, Priest loot 30 lakhs

Fraud, Priest loot 30 lakhs

କେନ୍ଦ୍ରାପଡା ନିକିରାଇ ଥାନା ଢୋଲ ଗାଁର ଦେଖିବାକୁ ମିଳିଛି ଜଣେ ଅସଲି ପୂଜକଙ୍କ ନକଲି କାଣ୍ଡ କାରଖାନା। କେବେ ସେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସଂପର୍କ କଥା କହୁଥିଲେ, ତ ଆଉ କେବେ ତାଙ୍କ ସହ ଫଟୋ ଉଠାଇଥିବା ଦାବି କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ। ପ୍ରଧାନମନ୍ତ୍ରୀଙ୍କଠୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ବହୁ ବଡ ବଡ଼ ଲୋକଙ୍କ ନାଁ ନେଉଥିଲେ ଆଉ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ ସାଧାରଣ ଲୋକଙ୍କୁ। ହେଲେ ଲୁଚି ରହିଲାନି ଏହି ଠକେଇର ଖେଳ। ଶେଷରେ ଠକେଇର ଶୀକାର ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

Advertisment

ସେ ମାରିଛନ୍ତି ଚିତା ଚୈତନ୍ୟ। ବେଶଭୁଷା ଦେଖିଲେ ଲାଗୁଛନ୍ତି ଖାଣ୍ଟି ପୂଜକ କିମ୍ବା ପୁରୋହିତ। ହେଲେ ବଡ ବଡିଆଙ୍କ ସହ ସଂପର୍କ ଥିବା କହି ଲୋକଙ୍କୁ ଚୂନ ଲଗାଇବା ଅଭିଯୋଗ ଆସିଛି ଏହି ବାବୁଙ୍କ ବିରୋଧରେ। ତାଙ୍କ ନାଁ ବାସୁଦେବ ପଣ୍ଡା ହୋଇଥିବା ବେଳେ ଘର କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢ଼ୋଲ ଗାଁରେ। ସେ କିଛି ଫଟୋ ଦେଖାଇ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ ସମ୍ପର୍କ ଥିବା କହୁଥିଲେ ତ ଆଉ କେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଫଟୋ ଉଠାଇଥିବା କହୁଥିଲେ।

କେବଳ ସେତିକି ନୁହେଁ, ଅରୁଣ ଜେଟଲୀଙ୍କଠୁ ଆରମ୍ଭ କରି କ୍ରିକେଟର୍ ରୋହିତ ଶର୍ମାଙ୍କ ଯାଏଁ ଫଟୋ ଉଠାଇଥିବା ଦାବି କରୁଛନ୍ତି ସେ। ଏପରିକି କେନ୍ଦ୍ରାପଡା  ସାଂସଦ ଅନୁଭବ ମହାନ୍ତି, ପୂର୍ବତନ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ନିଜ ଫଟୋକୁ ଯୋଡି ଏଡିଟିଙ୍ଗ କରିଥିବା ଦେଖାଯାଏ। ଏସବୁ ଫଟୋ ସମ୍ପୂର୍ଣ୍ଣ କମ୍ପ୍ୟୁରରେ ଯୋଡିଥିବା କୁହାଯାଉଛି।

Advertisment

ଅଭିଯୋଗ ହୋଇଛି, ଲୋକଙ୍କୁ ଚୁନ ଲଗାଇବାକୁ ସେ ଏହି ନକଲି ବିଦ୍ୟା ଆପଣାଇଛନ୍ତି। ଏହି ଫଟୋ ଦେଖାଇ କାହାକୁ ଚାକିରି ତ କାହାକୁ ଭଲ ହସ୍‌ପିଟାଲରେ ଚିକିତ୍ସା ସେବାର ଲୋଭ ଦେଖାଇ ଟଙ୍କା ଆଦାୟ କରୁଥିଲେ। ଏଭଳି ଭାବେ ପାଖାପାଖି ୩୦ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ।

ଲୋକଙ୍କ ଏଭଳି ଏକାଧିକ ଅଭିଯୋଗ ପରେ ନିକିରାଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ଠକେଇ ଜାଲରେ ଆଉ କେତେଜଣ ଫସିଛନ୍ତି, ସେନେଇ ବି ତଦନ୍ତ କରିବାକୁ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡା ଏସ୍‌ପି।

କୁହାଯାଉଛି, ବାସୁଦେବ ପଣ୍ଡା ବାସ୍ତବରେ ଜଣେ ପୂଜକ। ହେଲେ ଅସଲି ପୂଜକ ସାଜି ନ କଲି କାଣ୍ଡକାରଖାନା ଭିଆଇ ଏବେ ଫେରାର୍ ଅଛନ୍ତି। ପୋଲିସ ତାଙ୍କୁ କେବେ ଧରୁଛି ତାହା ଦେଖିବା ବାକି ରହିଲା।

(ରିପୋର୍ଟ : କେନ୍ଦ୍ରାପଡାରୁ ମନୋଜ ସ୍ୱାଇଁ)

Loot Fraud Case Priest Loot From Poors
Advertisment
Advertisment