Advertisment

ପ୍ରଧାନମନ୍ତ୍ରୀ ଓ ବଡ଼ ଅଫିସରଙ୍କ ଫଟୋ ସହ ନିଜ ଫଟୋ ଯୋଡ଼ି ଟଙ୍କା ଲୁଟିନେଲେ ନନା

ସାମ୍ନାକୁ ଆସିଲା ଭଦ୍ର ଚୋରଙ୍କ ଅସଲ ଚେହରା । ଚିତା ଚୈତନ ମାରି, ଭଦ୍ର ଲୋକର ମୁଖା ପିନ୍ଧି, ସହାନୁଭୂତି ଦେଖାଇ, ପିଠି ଆଉଁଶି ଗରିବଙ୍କୁ ଲୁଟୁଥିଲେ। ଲକ୍ଷେ କି ୨ ଲକ୍ଷ ନୁହେଁ, ପୁରା ଲୁଟି ନେଇଛନ୍ତି ୩୦ ଲକ୍ଷ। କିଏ ରୋଗର ଚିକିତ୍ସା କରିବା ପାଇଁ ତ କିଏ ଚାକିରି ପାଇବା ଆଶାରେ ଜମି ବାଡି ବିକି ଏଇ ଭଦ୍ର ଚୋରଙ୍କୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ଟଙ୍କା ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Loot in Kendrapara

loot in kendrapara

ସାମ୍ନାକୁ ଆସିଲା ଭଦ୍ର ଚୋରଙ୍କ ଅସଲ ଚେହରା । ଚିତା ଚୈତନ ମାରି, ଭଦ୍ର ଲୋକର ମୁଖା ପିନ୍ଧି, ସହାନୁଭୂତି ଦେଖାଇ, ପିଠି ଆଉଁଶି ଗରିବଙ୍କୁ ଲୁଟୁଥିଲେ। ଲକ୍ଷେ କି ୨ ଲକ୍ଷ ନୁହେଁ, ପୁରା ଲୁଟି ନେଇଛନ୍ତି ୩୦ ଲକ୍ଷ। କିଏ ରୋଗର ଚିକିତ୍ସା କରିବା ପାଇଁ ତ କିଏ ଚାକିରି ପାଇବା ଆଶାରେ ଜମି ବାଡି ବିକି ଏଇ ଭଦ୍ର ଚୋରଙ୍କୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ଟଙ୍କା ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Advertisment

ଏଇ ଭଦ୍ର ଲୁଟେରା ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢୋଲ ଗ୍ରାମର ବାସୁଦେବ ପଣ୍ଡା।। ପେଷାରେ ପୂଜାରୀ। ମନ୍ଦିରର ପୂଜକ ଭାବେ ଆଖପାଖ ଲୋକେ ତାଙ୍କୁ ଖୁବ ବିଶ୍ୱାସ କରୁଥିଲେ। ହେଲେ ନନା ବିଶ୍ୱାସରେ ବିଷ ମିଶାଇ ଖୁବ୍ର ଭଦ୍ର ଆଉ ନିଆରା ଉପାୟରେ ଲୋକଙ୍କୁ ଠକୁଥିଲେ। ପୂଜକ ହୋଇଥିବାରୁ ସନ୍ଦେହ କରିବା ପାଇଁ ଲୋକେ ଅବକାଶ ପାଉ ନ ଥିଲେ। ତା ଛଡା ନନାଙ୍କ ହାତ ବହୁତ ଲମ୍ବା ବୋଲି ଲୋକଙ୍କ ମଧ୍ୟରେ ଏକ ଧାରଣା ମଧ୍ୟ ସେ ସୃଷ୍ଟି କରି ପାରିଥିଲେ। କେତେବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ନିଜ ଫଟୋ ଯୋଡ଼ି ତ ଆଉ କେତେବେଳେ ଆର୍ମି ଅଫିସରଙ୍କ ସହ ଫଟୋ ଯୋଡ଼ି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ଆଉ ତା ପରେ ସୁଯୋଗ ଦେଖି ତାଙ୍କୁ ଚୁନ ଲଗାଉଥିଲେ।

ଗାଁର କରୁଣାକର ରଣାଙ୍କ ସାନ ଭାଇଙ୍କର ଦେହ ଅସୁସ୍ଥ ଥିଲା। ରୋଗ ଚିହ୍ନଟ ହୋଇ ପାରୁ ନ ଥିଲା। ଭଲ ଡାକ୍ତରଙ୍କ ପାଖରେ ଚିକିତ୍ସା କରେଇ ଦେବାକୁ କହି ତାଙ୍କ ଠାରୁ ୬ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଏହି ଭଦ୍ର ଚୋର । ସବୁଠାରୁ ବଡ କଥା ହେଉଛି, ଏବେ ଜଣାପଡ଼ିଛି, କରୁଣାକରଙ୍କ ସାନ ଭାଇ କୌଣସି ଗୁରୁତର ରୋଗରେ ପଡି ନ ଥିଲେ। ହେଲେ ତାଙ୍କୁ କ୍ୟାନସର ହୋଇଛି କହି ତାଙ୍କୁ ଭୟଭୀତ କରାଇ ବାସୁଦେବ ୬ଲକ୍ଷ ଟଙ୍କା ଲୁଟି ନେଇଛି। ଦୁଃଖର କଥା ଯେ, ଭାଇର ଚିକିତ୍ସା ପାଇଁ ଜମି ବିକି କରୁଣାକର ଏହି ଟଙ୍କା ଦେଇଥିଲେ। ଏବେ ନିଜ ଟଙ୍କା ଫେରି ପାଇବା ପାଇଁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Advertisment

ସେହିପରି ଜମରା ଗାଁର ଚାଷୀ ରବୀନ୍ଦ୍ର ସାହୁଙ୍କ ପୁଅକୁ ସେନାବାହିନୀରେ ନିଯୁକ୍ତି ଦେବାକୁ କହି ୨୦ଲକ୍ଷ ଟଙ୍କା ଠକି ନେଇ ଯାଇଛନ୍ତି ବାସୁଦେବ । ତେବେ ବାସୁଦେବ ପଣ୍ଡା ଜଣେ ଠକ ବୋଲି ଜଣା ପଡିବା ପରେ ଲୋକେ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ। କିନ୍ତୁ ଏବେ ସେ କାହାକୁ ଧରା ଛୁଆଁ ଦେଉନାହାନ୍ତି । ଘଟଣା ପ୍ରଚାର ହୋଇଯିବା ପରେ କିଛି ଦିନ ହେବ ସେ ଫେରାର ଥିବା ଗାଁ ଲୋକେ କହିଛନ୍ତି। ଅନ୍ୟ ପକ୍ଷରେ ଠକେଇ ନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏ ନେଇ ପ୍ରତିକ୍ରିୟା ଦେବାକୁ ପୋଲିସ ମନା କରିଦେଇଛି। ତେବେ ଏ ସମ୍ପର୍କରେ ବାସୁଦେବ ପଣ୍ଡା ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ଫୋନ switch ଅଫ ରହିଛି।

ତେବେ ଏମିତି ଜଣେ କି ଦୁଇ ଜଣ ନୁହନ୍ତି । ଏକାଧିକ ଲୋକଙ୍କୁ ମିଛ କହି ଟଙ୍କା ଲୁଟି ନେଇଛନ୍ତି ଏଇ ଠକ। ଗାଁର ମନ୍ଦିରର ଜଣେ ପୂଜକ ହୋଇଥିବାରୁ ଲୋକେ ସହଜରେ ବିଶ୍ୱାସ କରି ତାଙ୍କୁ ଟଙ୍କା ଦେଇଥିବା ଜଣାପଡିଛି।

(ରିପୋର୍ଟ- ମନୋଜ ସ୍ୱାଇଁ, କେନ୍ଦ୍ରାପଡ଼ା)

Loot Priest Loot From Poors
Advertisment
Advertisment