Advertisment

କାଲି ୧୫ ହଜାର ଆଜି ୨ ମୋବାଇଲ୍‌ ; କେତେ ସୁରକ୍ଷିତ ‘ମୋ ବସ୍‌’ ?

ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Loot In Mo Bus

Mo Bus

ପୁଣି ମୋ ବସ୍‌ରେରେ ମାତିଲେ ଲୁଟେରା । ଏଥର ଲୁଟିଲେ ଲେଡି ଲୁଟେରା। ଏଥର ଟାର୍ଗେଟ୍‌ରେ ବସରେ ଯାତ୍ରା କରୁଥିବା କଲେଜ ଛାତ୍ରୀ । ୧୬ ନମ୍ବର ମୋ ବସ୍‌ରେ ଲୁଟିଲେ ଲେଡି ଲୁଟେରା । ଲଗାତାର ଦୁଇ ଦିନରେ ହେଲାଣି ଦୁଇଟି ଚୋରି । ଆଜି ପୁଣି ଥରେ ରାଜଧାନୀ ଭୁବନେଶ୍ୱର ରେ ମୋବସ୍‌ରୁ ମୋବାଇଲ୍ ଚୋରି ହୋଇଛି । ତା ପୁଣି ଦୁଇ ଜଣ ଛାତ୍ରୀଙ୍କ ଏକାସଙ୍ଗେ ଦୁଇଟି ମୋବାଇଲ୍ ଚୋରି ହୋଇଛି । 

Advertisment

ମୋ ବସ୍‌ର ୧୬ ନମ୍ବର ରୁଟ୍‌ରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛକରୁ ଉଠି ପଳାଶୁଣି ଯାଉଥିଲେ ଜଣେ ଛାତ୍ରୀ । ତେବେ ସେ ପହଞ୍ଚିବା ପୂର୍ବରୁ ତାଙ୍କର ବ୍ୟାଗ୍‌ରୁ ମୋବାଇଲ୍ ଫୋନ ଚୋରି ହୋଇଥିବା ଜଣାପଡିଛି । ସେହିପରି ଆଉ ଜଣେ ଛାତ୍ରୀ ବାଣୀବିହାରରୁ ଉଠିଥିଲେ । ସେ ମଧ୍ୟ ପଳାଶୁଣି ଛକକୁ ଯାଉଥିଲେ । ତାଙ୍କର ମଧ୍ୟ ସମାନ ଢଙ୍ଗରେ ମୋବାଇନ ଫୋନ ଚୋରି ହୋଇଛି । 

ଗତକାଲି ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ କ୍ୟାନସର ରୋଗୀ ଏକ ମୋ ବସ୍‌ରେ ଚଢ଼ିଥିଲେ। ସେ କଟକର ଏକ ଘରୋଇ ହସ୍‌ପିଟାଲ୍‌କୁ ଯାଉଥିଲେ। ତାଙ୍କ ପ୍ୟାଣ୍ଟ ପକେଟରେ ୧୫,୪୦୦ ଟଙ୍କା ଥିଲା। ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ଭିତରେ ତାଙ୍କ ଟଙ୍କା ଚୋରି ହୋଇଥିଲା। ସେ ବସ୍‌ର ଗାଇଡ୍‌ଙ୍କୁ ଏ ବିଷୟରେ କହିବା ପରେ ରସୁଲଗଡ଼ ଛକରେ ବସ୍‌ଟି ଅଟକିଥିଲା। ଗାଇଡ୍ ପୋଲିସ୍‌କୁ ସୂଚନା ଦେବା ସହିତ କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁମତି ଦେଇ ନଥିଲେ। ତେବେ ପିସିଆର୍‌ ଭ୍ୟାନ୍ ଯାତ୍ରୀଙ୍କୁ ଯାଞ୍ଚ କରିବା ବଦଳରେ ବସ୍‌ଟିକୁ ଗସ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦେଇଥିଲା। ଏହା ପୂର୍ବରୁ କିଛି କଲେଜ ଛାତ୍ର ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ ।

Advertisment
Loot Mo Bus Crime
Advertisment
Advertisment