/odishatv-khabar/media/post_attachments/uploadimage/library/16_9/16_9_0/Crime_1654435671.jpg)
Crime
ପ୍ରେମିକ ସହ ମିଶି ଲୁଟ୍ ଯୋଜନା, ପଡ଼ିଲା ମହଙ୍ଗା । ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନିର ମହିଳା ଏଜେଣ୍ଟ । ମହିଳାଙ୍କ ସହ ପ୍ରେମିକ ଗିରଫ, ଜଣେ ନାବାଳକ ଅଟକ । ଘରୋଇ ଚ୍ୟାନେଲରେ କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା କରିବା ପରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ ।
ପ୍ରିୟଙ୍କା ଏକ ଘରୋଇ ଫାଇନାନ୍ସ କମ୍ପାନୀରରେ ଏଜେଣ୍ଟ ଭାବେ କାମ କରୁଥିଲେ । ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ନିଜ ପ୍ରେମିକ ସହ ମିଶି ଲୁଟ ଯୋଜନା କରିଥିଲେ । ଗତ ୨ ତାରିଖରେ ପ୍ରିୟଙ୍କା ନିଜ ଅଫିସ ସୁପର ଭାଇଜର ସାଦିୟା ଖାତୁନକୁ ଟଙ୍କା ନେବା ପାଇଁ ସୂତାହାଟ ଚର୍ଚ ନିକଟକୁ ଡକାଇଥିଲେ । ପହଞ୍ଚିବା ପରେ ଦୁଇଜଣ ବ୍ୟକ୍ତି ହଠାତ ବାଇକରେ ଆସି ସଦିୟାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଲୁଟ କରି ନେଇଥିଲେ ।
ତେବେ ଲୁଟ ନେଇ ସଦିୟା ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ପ୍ରିୟଙ୍କାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିବା ପରେ ସେ ଲୁଟ କଥା ମାନି ନେଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)