• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବସ୍ ଭିତରେ ଅଭିନବ ଉପାୟରେ ଚୋରି । ଶିଶୁଙ୍କ ଡାଇପର ଭିତରୁ ମିଳିଳା ଲୁଟ୍ ଅଳଙ୍କାର । ୨ ମହିଳାଙ୍କ ସହ ୩ ନାବାଳିକା ଥାନାରେ ଅଟକ । ବାଲେଶ୍ୱରରେ ଘଟିଛି ଏହିଭଳି ଘଟଣା । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରୁ ବାଲେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଭିତରେ ହୋଇଛି ଏଭଳି ଲୁଟ୍ । ବାସୁଦେବପୁର ରାଧାବଲ୍ଲଭପୁର ଗାଁର କିଛି ଯାତ୍ରୀଙ୍କଠାରୁ ବସ୍‌ରେ ଥିବା ୨ ଜଣ ମହିଳା ଅତି କୌଶଳ ସହ ସୋମାନଙ୍କର ଅଳଙ୍କାର ଲୁଟ୍ କରିଥିଲେ । ଏମିତିକି ଲୁଟ୍ କରିଥିବା ସୁନା ଗହଣାକୁ ସାଙ୍ଗରେ ଥିବା ଛୋଟ ପିଲାର ଡାଇପର ମଧ୍ୟରେ ଲୁଚାଇ ଦେଇଥିଲେ ।

ତେବେ ଜଣେ ଯାତ୍ରୀ ସୋର ନିକଟରେ ତାଙ୍କ ବ୍ୟାଗ୍ ଖୋଜିବାରୁ ଗହଣା ଚୋରି ହାଇଥିବା ନେଇ ଜାଣିବାକୁ ପାଇଥିଲେ । ପରେ ସନ୍ଦେହ କରି ଦୁଇ ମହିଳାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ମହିଳାଙ୍କଠାରୁ ଖୋଜାଖୋଜି କରିବା ପରେ ଦୁଇ ଶିଶୁ ପିନ୍ଧିଥିବା ଡାଇପରରୁ ଚୋରି ଅଳଙ୍କାର ପାଇବା ସହ ମହିଳାଙ୍କ ନିକଟରୁ ୪ ହଜାର ଟଙ୍କା ଜବତ କରିଥିଲା । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।