କେବଳ ଦୁଇଟି ଏସକେପ୍ ପାଇଁ ବୁଡୁଛି ଭଦ୍ରକ । ଟିକିଏ ବଢି ଆସିଲେ ଘରେ ଘରେ ପଶୁଛି ପାଣି...ଖେଳୁଛି ସାପ । ବର୍ଷବର୍ଷ ଧରି ଦାବି କରିବା ପରେ ପ୍ରଶାସନ ସାଜିଛି ନିଦାବିଷ୍ଣୁ...ଲୋକେ କହୁଛନ୍ତି ଯାଜପୁରର ଉନ୍ନତି ହେଉଛି ହେଲେ ଆମର କିଛି ହେଉନି
ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।
ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୧୫ ମାସ ବିତିଥିବା ବେଳେ, ପୁଣି ଏକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନକୁ
ବର୍ଷା ଦିନେ ବୈତରଣୀ ଯେତେବେଳେ କରାଳ ରୂପ ଦେଖାଉଛି ସେତେବେଳେ ଆତଙ୍କିତ ହେଉଛନ୍ତି ଗାଁ ଲୋକେ ।
ଉତ୍ତରାଖଣ୍ଡର ପିଥୁରାଗଡ଼ ଜିଲ୍ଲାର ଧାରଚୁଲାରେ ସ୍ଥିତି ସଙ୍ଗୀନ। ବାଦଲ ଫଟା ବର୍ଷା ହେବାରୁ ଅଧ ରାତିରେ ଭାସିଲେ ଲୋକେ, ଭାଙ୍ଗିଲା ଘର। ପାର୍କିଂରେ ଥିବା କାର କୁଆଡେ ଗଲା ମିଳୁନି ଖବର।
୫ମୃତ, ୨୦ ହଜାରରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ । ବେଙ୍ଗାଲୁରୁରେ ୯୦ବର୍ଷ ଭିତରେ ତୃତୀୟ ବଡ଼ ବର୍ଷା ।
ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।
ଆଲୋ ଆଲୋ ଇଏ କଣ? ତୁମକୁ ତ ଭୋଟ୍ ଦେଲେ ଲୋକେ...ତୁମେ କିଆଁ ପଚାରୁଛ, ସରକାର ଆସିନାହାନ୍ତି? ସରକାର ତ ସରକାର ପୁଣି ମେନ୍ କି ଓମେନ୍ କଣ କିରେ ନାରଣ?
ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି ।
୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।
ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା।
ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।
ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା ।
ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍ର ଶତାଧିକ ଗାଁ ।
ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।
ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।
ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।
ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି ।
ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।
ଛତିଶଗଡ଼ ସହିତ ସମନ୍ୱୟର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୁଲ୍ କର୍ଭର ଉଲ୍ଲଂଘନ ଓ ବନ୍ଧବାଡ଼ର ଠିକ୍ ସମୟରେ ମରାମତି ନ ହେବାରୁ ବନ୍ୟା ହୋଇଛି ।
କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।
ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।
ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି