• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସୁଛି ବଡ଼ ବନ୍ୟା । ସୁବର୍ଣ୍ଣରେଖା ଅବବାହିକାରେ ବଡ଼ ବନ୍ୟା ଆଶଙ୍କା । ଏନେଇ ସତର୍କ କରାଇଛନ୍ତି SRC ପ୍ରଦୀପ ଜେନା । ଗାଲୁଡିହି ବ୍ୟାରେଜ୍ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଛି ବୋଲି କହିବା ସହ ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଥିବା ସେ କହିଛନ୍ତି । ଏମିତିକି ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।

ଆଜି ଅପରାହ୍ନ ପରଠାରୁ ପ୍ରଭାବ ପଡ଼ିବ ଏବଂ ଏହା ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ । ଏସବୁ ଅଞ୍ଚଳକୁ ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି । ୪୦ଟି ଅପରେସନାଲ ଟିମ୍ ବାଲେଶ୍ୱର ଓ ମୟୂରଭଞ୍ଜ ଯାଇଛନ୍ତି । ଏହି ବନ୍ୟା ୨୦୦୮ ବନ୍ୟା ଠାରୁ ଏହା ଅଧିକ ପ୍ରଭାବ ପକାଇବ ବୋଲି SRC କହିଛନ୍ତି । ପରିସ୍ଥିତି ଗମ୍ଭୀର ହେବା ଆଶଙ୍କା ଥିବାରୁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେପଟେ ମନ୍ତ୍ରୀ ପ୍ରତାପ ଦେବ ନିଜେ ସେହି ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି । ବୁଢ଼ାବଳଙ୍ଗ ବିପଦ ସଂକେତ ଅତିକ୍ରମ କରିନାହିଁ କହିଛନ୍ତି SRC । ତେଣୁ ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ହେବ ନାହିଁ ବୋଲି ଆଶା କରାଯାଉଛି । ବ୍ରାହ୍ମଣୀ ଉପରେ ଆମେ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି SRC ।

ତେବେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ । ଏଠାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ । ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ଏହି ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏସଆରସିଙ୍କ ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ବର୍ତ୍ତମାନ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍ ଖୋଲା ରହିଛି ।