• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର ଭାରତରେ ବନ୍ୟା ବିଭୀଷିକାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ୨୨ ଜଣ ହିମାଚଳ ପ୍ରଦେଶରୁ ବୋଲି ଜଣାପଡ଼ିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡରେ ବନ୍ୟାର ବିଭୀଷିକା ଲାଗି ରହିଛି । ଆହୁରି ଅଧିକରୁ ଅଧିକ ବର୍ଷା ହେବାକୁ ଥିବାରୁ ଉତ୍ତରାଖଣ୍ଡ, ହିମାଚଳ ଓ ଜାମ୍ମୁ କାଶ୍ମୀରରେ ସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି ।

ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ମଧ୍ୟ ସ୍ଥିତି ବେହାଲ । ବର୍ଷା ପରେ ଫ୍ଲାସ ଫ୍ଲଡ୍‌ ଯୋଗୁଁ କାଙ୍ଗ୍ରା ଜିଲ୍ଲାର ଚକ୍କି ନଦୀ ଉପରେ ଥିବା ଗୋଟିଏ ରେଳ ପୋଲ ଭୁଶୁଡ଼ି ପଡ଼ିଛି । ବର୍ଷା ପରେ ଭୂସ୍ଖଳନ ଯୋଗୁଁ ଗୋଟିଏ ପରିବାରର ୮ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । କିଛିଦିନ ଭିତରେ ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି । ସେହିପରି ୧୦ ଜଣ ଲୋକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ବିତ୍ପାତ ଓ ବନ୍ୟା ବିଭୀଷିକା ପ୍ରବଳ ବର୍ଷା ଯୋଗୁଁ ଫପ୍‌ଉରି, ତେହରି ଓ ଡେରାଡୁନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୋଙ୍ଗ ନଦୀରେ ବନ୍ୟା ଯୋଗୁଁ ଡେରାଡୁନର ମାଲଦେବତା ଅଞ୍ଚଳ ପ୍ରଭାବିତ ହୋଇଛି । ଫ୍ଲାସ ଫ୍ଲଡ ଆସିବା ଯୋଗୁଁ ଡେରାଡୁନ୍ ଓ ଜଲି ଗ୍ରାଣ୍ଟ ଏୟାରପୋର୍ଟ ରାସ୍ତାରେ ଥିବା ଗୋଟିଏ ଫ୍ଲାଏ ଓଭର ଧୋଇ ହୋଇ ଯାଇଛି । ସେହିପରି ତିନି ଜିଲ୍ଲାର ଅନେକ ଗାଁ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ସରଖେତ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ବାରାଣସୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହାଫଳରେ ଗଙ୍ଗା ଓ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପ୍ରୟାଗରାଜର କେତେକ ଗାଁରେ ବନ୍ୟା ଜଳ ପ୍ରବେଶ କରିଛି । ଜନବସତିଗୁଡ଼ିକରେ ପାଣି ଜମି ରହିବାରୁ ସ୍ଥିତି ଦୟନୀୟ ହୋଇଛି । ସେହିପରି ବରୁଣା ନଦୀ ମଧ୍ୟ ଫୁଲୁଛି ବୋଲି ପ୍ରଶାସନ ସୂଚନା ଦେଇଛି । ବର୍ଷା ପରେ ବନ୍ୟା ଯୋଗୁଁ ପ୍ରୟାଗରାଜରେ ସ୍କୁଲ କଲେଜ ବନ୍ଦ ରଖାଯାଇଛି । ସେହିପରି ଗାଁ ଗୁଡ଼ିକରେ କ୍ଷୀର ବ୍ୟବସାୟ ମାନ୍ଦା ହୋଇଛି ।