• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବନ୍ୟା ପରିଚାଳନାରେ ବିଫଳ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ମହାନଦୀ ଅବବାହିକାରେ ଆସିଥିବା ବନ୍ୟା ମନୁଷ୍ୟକୃତ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କର ଅବହେଳା ଓ ଦାୟିତ୍ତ୍ୱହୀନତା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କହିଛନ୍ତି ପୃଥ୍ୱୀବୀରାଜ ।

ଛତିଶଗଡ଼ ସହିତ ସମନ୍ୱୟର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୁଲ୍ କର୍ଭର ଉଲ୍ଲଂଘନ ଓ ବନ୍ଧବାଡ଼ର ଠିକ୍ ସମୟରେ ମରାମତି ନ ହେବାରୁ ବନ୍ୟା ହୋଇଥିବା ସେ କହିଛନ୍ତି । ଏହା ଦ୍ୱାରା ଧନ ଜୀବନ ନଷ୍ଟ ହେବା ସହିତ ବ୍ୟାପକ ଫସଲହାନି ହୋଇଛି । ଘର ଭାଙ୍ଗିଛି, ଏପରିକି ପ୍ରଶାସନ ପଲିଥିନ ଖଣ୍ଡିଏ ଲୋକଙ୍କୁ ଯୋଗାଇ ଦେଇନଥିବା ଅଭିଯୋଗ କରିଛନ୍ତି ପୃଥ଼୍ବୀରାଜ ।

ବନ୍ୟାର ୪ ଦିନ ଯାଏ ରିଲିଫ ଦିଆଗଲାନାହିଁ, ରନ୍ଧା ଖାଦ୍ୟ କି ଶୁଖିଲା ଖାଦ୍ୟ କିଛି ବି ଦିଆଗଲା ନାହିଁ । ଲୋକଙ୍କୁ ଭଗବାନ ଭରସାରେ ଛାଡ଼ି ଦିଆଯାଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଦାୟିତ୍ୱହୀନ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିବା ସହିତ ବନ୍ୟା ପାଇଁ ସ୍ଥାୟୀ ଓ ଦୀର୍ଘ ମିଆଦୀ ଯୋଜନା ପାଇଁ ଦାବି କରିଛନ୍ତି ପୃଥ଼୍ବୀରାଜ ହରିଚନ୍ଦନ । ବିଜେପିର ଏହି ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।