• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Flood

BUS Swept
ଭାସିଗଲା ବସ୍ ! ଜଣେ ମୃତ, ଅନେକ ନିଖୋଜ

ପାଣିରେ ଭାସିଗଲା ବସ୍ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ନାଗପୁର ଅଂଚଳର ଏହି ଘଟଣା ସ୍ଥାନୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାନ୍ଦେଡ-ନାଗପୁର ରାସ୍ତାରେ ୬ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଯାଉଥିଲା ।

Cyclone Effect In Andhra Pradesh
ମାଲକାନଗିରି ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ବ୍ରିଜ୍ ଉପରେ ୨ଫୁଟରୁ ଅଧିକ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ଗୁଲାବ୍ ଗଲାପରେ ସ୍ଥିତି ବିଗିଡିବାରେ ଲାଗିଛି। ସରକାରଙ୍କ ତରଫରୁ ଏନେଇ ସଚେତନତା ଜାରି କରାଯାଇଛି।

flood alert
ଉଛୁଳୁଛି ସୁବର୍ଣ୍ଣରେଖା: ତଳିଆ ଅଂଚଳରେ ପଶିଲାଣି ପାଣି

ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ସୁବର୍ଣ୍ଣରେଖା ନଦୀ ର ରାଜଘାଟ ଠାରେ ସତର୍କ ସୂଚନା ୯.୪୫ ରହିଛି। ଆଜି ସକାଳ ୭ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୪ ମିଟରରେ ପ୍ରବାହିତ ହେଉଛି

Flood
ଚିନ୍ତା ବଢାଉଛି ସୁବର୍ଣ୍ଣରେଖା: ବନ୍ୟା ପାଣିରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେଲାଣି।

jalaka
ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି, ରାସ୍ତା ଉପରେ ବି ପାଣି ! କାରଣ ହଠାତ୍‌ ମାଡ଼ି ଆସିଲା ବନ୍ୟା ଜଳ..

ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍‌ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ।

Mundali
ମହାନଦୀରେ ଟଳିଲା ବନ୍ୟା ଆଶଙ୍କା

ମହାନଦୀରେ ଟଲିଲା ବନ୍ୟା ଆଶଙ୍କା। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ। ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି।

Flood
ବଢି ଆସୁଛି, ଡର ବଢୁଛି। ଖସୁଛି ମହାନଦୀ, ଉଛୁଳୁଛି ସୁବର୍ଣ୍ଣରେଖା

ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି

Mundali
‘ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା’

ଆଜି ରାତି ୧୨ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ଜଳ ପାସ୍ କରିବ। ତେଣୁ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସୁଛି। ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Mahanadi River
କାଲି ମହାନଦୀରେ ଆସିପାରେ ବନ୍ୟା, ୬ ଜିଲ୍ଲାକୁ ଆଲର୍ଟ; ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତାକାଲି ସକାଳୁ ୮ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ।

Man, Son Swept Away By Flood Water In Jajpur
ହାତ ଧରାଧରି ହୋଇ ପାଣି ସୁଅରେ ଭାସିଗଲେ ବାପ-ପୁଅ

ଆଜି ଅପରାହ୍ନ ସମୟରେ ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ଗାଈକୁ ନେଇ ଘରୁ ବାହାରି ଯାଇଥିଲେ। କିନ୍ତୁ ମାଟିଆପଦା ନିକଟରେ ଦୁଇ ଦୁଇଟା ବଡ଼ ଘାଇ ହୋଇଥିଲା। ଘାଇ ହୋଇଥିବାରୁ ରାସ୍ତା ପଟେ ପାଣି ଯାଉଥିଲା। ସେହି ରାସ୍ତାରେ ଯିବାବେଳେ କୁଶ ସିଂ ଭାସି ଯାଇଥିଲେ।

Flood Water Munduli
ମହାନଦୀରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।ହୀରାକୁଦ ଓ ମହାନଦୀର ଜଳସ୍ତର ନେଇ SRC ସୂଚନା ଦେଇଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି। ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। 

gorakhpur flood
ନଦୀର ରୌଦ୍ର ରୂପ : ୧୭୧ଟି ଗାଁ ବନ୍ୟା ପ୍ରଭାବିତ, ବାସହରା ହେଲେ ହଜାର ହଜାର ଲୋକ

କରାଳ ରୂପ ଧରି ମାଡ଼ି ଆସୁଛି ବନ୍ୟା ଜଳ । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । କେଉଁଠି ବର୍ଷା ନହେବାରୁ ଚାଷ ହୋଇ ପାରୁନି ତ ଆଉ କେଉଁଠି ପ୍ରବଳ ବର୍ଷା କାରଣରୁ ଗାଁ ବୁଡ଼ି ଗଲାଣୀ । ଲଗାଣ ବର୍ଷାରେ ଗୋରଖପୁରର ନିକଟବର୍ତ୍ତୀ ନଦୀ ଗୁଡିକର ଜଳସ୍ତର ବଢିବାରେ ଲାଗିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି ।

UP FLOOD
ୟୁପିରେ ବନ୍ୟା ସ୍ଥିତି ଗମ୍ଭୀର: ଘର ଭିତରୁ ବାହାରି ପାରୁନାହାନ୍ତି ଲୋକ

ସ୍ଥାନୀୟ ଅଂଚଳର ଜଣେ ବାସିନ୍ଦା ଅର୍ଥାତ୍‌ ବନ୍ୟା ପୀଡ଼ିତା ରୀତା ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାସିଯାଇଛି। ଗାଈ ଗୋରୁଙ୍କୁ ସାଙ୍ଗରେ ଧରି ଉଚ୍ଚା ସ୍ଥାନକୁ ପଳାଉଛୁ। ଏହାସହ ସେ କହିଛନ୍ତି ଗଙ୍ଗା ନଦୀରେ ଯେପରି ଭାବରେ ପାଣି ବଢୁଛି ତାହା ଆଜି ରାତି ସୁଦ୍ଧା ଘର ଛାଳ ଉପରକୁ ଛୁଇଁଯିବ। ତେଣୁ ଆମେ ମାନେ ଘର ଛାଡ଼ି ପଳାଉଛୁ। କିନ୍ତୁ ଗାଁ ମଧ୍ୟରେ ଏମିତି ଘର ଅଛି ଯେଉଁମାନେ କି ବାହାରିବା ପରିସ୍ଥିତିରେ ନାହାନ୍ତି। ପାଣିର ସୁଅ ଏତେ ପ୍ରଖର ଅଛି କି ସେମାନେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି।

 MP FLOOD
ମଧ୍ୟପ୍ରଦେଶରେ ବନ୍ୟା: ୨୪ ଲୋକଙ୍କ ଗଲାଣି ଜୀବନ

ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍‌ଏଫ୍‌ ଓ ଏନଡ଼ିଆର୍‌ଏଫ୍‌ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।

MP FLOOD
ଘରେ ପଶିଗଲା ବନ୍ୟା ପାଣି, ଗଛ ଉପରକୁ ଚଢିଗଲେ ଗର୍ଭବତୀ। ଆଉ ତା’ ପରେ ହେଲା କଣ?

ନଦୀ ପାଣି ହଠାତ୍‌ ବଢିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଘଂଟାକୁ ଘଂଟା ନଦୀରେ ଜଳସ୍ତର ବଢୁଥିବାରୁ ଚିନ୍ତାରେ ପୂରା ଗାଁ ଲୋକେ। କେମିତି ନିଜର ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବେ ଓ କେମିତି ନିଜେ ସୁରକ୍ଷଇତ ରହିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ।

Flood In Jammu
ଜାମ୍ମୁ-ହିମାଚଳରେ ବନ୍ୟା: ୨୨ ମୃତ, ୫୦ ନିଖୋଜ

ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Flood
ବାତ୍ୟା ପରେ ବନ୍ୟା କରୁଛି ହନ୍ତସନ୍ତ ! ଏବେ ବି ଅନେକ ଗାଁ ପାଣି ଘେରରେ, ପାଲ ତଳେ କଟୁଛି ଦିନ

ବାଲେଶ୍ୱର: ବାତ୍ୟା ୟାସ ଯିବାର ୨ ଦିନ ପରେ ସୁବର୍ଣ୍ଣରେଖା ନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା । ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଫଳରେ ସୁବର୍ଣ୍ଣରେଖାର ଗର୍ଭ ଫୁଲୁଥିବାରୁ ବାଲେଶ୍ୱର ଜିଲ୍ଲାର ୩ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା…