ପଲିଥିନ ପାଇଁ ତହସିଲହଦାରଙ୍କ ଗୋଡ଼ତଳେ ପଡ଼ିଲେ ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ଆବାସ ପ୍ରତିଶ୍ରୁତିକୁ ନେଇ ଘେରିଲେ ବିରୋଧୀ ।
ହୀରାକୁଦର ଅନ୍ୟ ଗେଟ୍ ଆଜି ବନ୍ଦ କରିବାକୁ ଯୋଜନା ନାହିଁ, ପରିସ୍ଥିତି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।
SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।
ଜୀବନ ଖାଲି ବଞ୍ଚିଛି, କିନ୍ତୁ ଦଇବ ଦିଆ ଦୁର୍ଦ୍ଦଶା ସାଙ୍ଗକୁ ବ୍ୟବସ୍ଥାର ଅବ୍ୟବସ୍ଥା ବେଡ଼ି ଉପରେ କୋର଼ଡ଼ା ସାଜିଛି ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ଥିତି।
ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।
ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି ।
SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C
ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ ।
କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ ।
ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।
ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ।
କଟକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ବାଙ୍କି ବ୍ଲକ୍ ଶିମିଳିପୁର ପଞ୍ଚାୟତ ସୁତାଖଳା ଗାଁର ସ୍ଥିତି ଅତି ଦୟନୀୟ ।
ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧, ୨୦୨୦ରେ ମହାନଦୀ ଅବବାହିକାରେରେ ବି ବଡ ବନ୍ୟା ଆସିଥିଲା।
କଣ୍ଟିଲୋ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଗାଁରେ ଚାଲିଛି ଅଣ୍ଟାଏ ଉପରେ ପାଣି।
ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ ।
ବନ୍ୟାର ଆଁରେ ପୁରୀ-ଖୋର୍ଦ୍ଧା । ଖୋର୍ଦ୍ଧା ତିରିମଲ ପାଖରେ ଶହେ ଫୁଟ୍ର ଘାଇ । ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍ରେ ଗାଡ଼ି ଚଳାଚଳ ଠପ୍ ।
ଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା କହିଲଷ SRC ।
ଘାଇ ମୁହଁରୁ ବିପନ୍ନଙ୍କୁ ବଞ୍ଚାଇବାକୁ ଚାଲିଛି ଉଦ୍ୟମ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରୁଛି ଅଗ୍ନିଣମ ବାହିନୀ ।
୬ଟି ଗାଁରେ ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ । ରାଜଖମା ନିକଟ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ।
ସରକାରଙ୍କ ଅବହେଳାରୁ ବନ୍ୟାସ୍ଥିତି ସଂଗୀନ । ନଦୀବନ୍ଧର ସୁରକ୍ଷା ପାଇଁ ୩ ବର୍ଷ ହେଲା ବୈଠକ ନାହିଁ ।
ଗତକାଲି ଦୁଇଟି ସ୍ଥାନରେ ଘାଇ ହୋଇଥିବା ବେଳେ ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି କହିଲେ SRC ।
ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।
ତିନି ଦିନ ଭୋକ ଉପାସରେ ଛଟପଟ ହେବା ପରେ କେମିତି ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଅସ୍ଥାୟୀ ଗୃହ ଓ ରୋଷେଇ ସ୍ଥଳ ।
ଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି । ସେପଟେ ଚିତ୍ରୋତ୍ପଳା ନଦୀର ପାଣି ଯୋଗୁଁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି ।