/odishatv-khabar/media/post_attachments/uploadimage/library/16_9/16_9_0/OTV_Relief_1661355175.jpeg)
OTV Relief
ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି । ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ । ସେହି ଧାରାକୁ ବଜାୟ ରଖି, ଏବର୍ଷ ବନ୍ୟାରେ ମଧ୍ୟ ପ୍ରପିଡ଼ିତଙ୍କୁ ରିଲିଫ୍ କିଟ୍ ପ୍ରଦାନ କରାଯାଉଛି । ଓଟିଭି କେୟାର୍ସ ପ୍ରୟାସ ମାଧ୍ୟମରେ ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ୍ ରାହାଙ୍ଗେରଡ଼ା ପଞ୍ଚାୟତର ଖଣ୍ଡାସାହି ଓ ଆଢ଼େଣା ରାଜସ୍ୱଗ୍ରାମର ବିଭିନ୍ନ ପଡ଼ା ଓ ସାହିରେ ୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।
ଏଥିସହ ସୁବର୍ଣ୍ଣପୁର ଓ ସିସୋ ରାସ୍ତା ଉପରେ ଆଶ୍ରୟ ନେଇଥିବା ଲୋକଙ୍କୁ ମଧ୍ୟ ରିଲିଫ୍ କିଟ୍ ପ୍ରଦାନ କରାଯାଇଛି । ସେଥିରେ ଟର୍ଚ୍ଚ, ବିସ୍କୁଟ, ସାନିଟାରୀ ପ୍ୟାଡ୍ ଏବଂ ଓଆରଏସ୍ ପାଉଡର୍ ଆଦି ଦିଆଯାଇଛି । ଏହା ପୂର୍ବରୁ କରୋନା ଲକ୍ଡାଉନ ସମୟରେ ମଧ୍ୟ ଫୋନ୍ କରି ସାହାଯ୍ୟ ଲୋଡ଼ୁଥିବା ପରିବାରକୁ ଓଟିଭି ପକ୍ଷରୁ ଘରକୁ ଘର ବୁଲି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା ।
ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି । ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ । ସେହି ଧାରାକୁ ବଜାୟ ରଖି, ଏବର୍ଷ ବନ୍ୟାରେ ମଧ୍ୟ ପ୍ରପିଡ଼ିତଙ୍କୁ ରିଲିଫ୍ କିଟ୍ ପ୍ରଦାନ କରାଯାଉଛି #OTVCares#OTV#Flood#Reliefpic.twitter.com/LOHsmK5AaQ
— ଓଟିଭି (@otvkhabar) August 24, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)