ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା, ପ୍ରଲୋଭନ ଦେଖାଇବା ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ଧାମନଗର ଉପନିର୍ବାଚନରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ନାନା ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆଣି ବିଜେପିର ତିନି ତିନିଟି ଟିମ୍ ନିର୍ବାଚନ କର୍ତ୍ତୃପକ୍ଷଙ୍କ ପାଖରେ ହୋଇଛି ଫେରାଦ ।
୨ଟି ମାମଲା ରୁଜୁ କରାଯାଇଥିବା କହିଲେ ସିଇଓ ସୁଶିଲ ଲୋହାନି । ୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ପାଇଥିଲୁ କହିଲେ ।
ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଯେତିକି ଜମୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗା ରାଜନୀତି ସେତିକି ବଢୁଛି ।
ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ବ୍ରହ୍ମଚାରୀଙ୍କ ଗାଡ଼ିରୁ ବାହାରିଲା ବ୍ରାହ୍ମୀ ପତ୍ର । ଗାଡ଼ି ଯାଞ୍ଚ ବେଳେ ସାଂସଦଙ୍କ ଗାଡ଼ିରୁ ମିଳିଲା ବ୍ରାହ୍ମୀପତ୍ର ସହ ଫଳ ଓ ବିସ୍କୁଟ
ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ ।
ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ସଂଖ୍ୟାଲଘୁ ଭୋଟ୍ ହୋଇପାରେ ନିର୍ଣ୍ଣାୟକ ।
ରାଜୁ ଦାସଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନ। ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ ଚାଂଚଲ୍ୟକର ଖୁଲାସା। କହିଛନ୍ତି, ଅବନ୍ତୀଙ୍କୁ ସେତେବେଳେ ସମର୍ଥନ କରିନଥିଲେ। ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥାନ୍ତା। ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ଶୈଳେନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତି ଆଣିଥିବା ଅଭିଯୋାଗକୁ ନେଇ ଏବେ ହଇଚଇ। ଶୈଳେନ୍ଦ୍ର ଖୋଲାଖୋଲି କହିଛନ୍ତି, ରାଜେନ୍ଦ୍ର ଦାସଙ୍କ ଉପରେ ସେଦିନ ପ୍ରବଳ ଚାପ ପଡିଥିଲା
ଭଦ୍ରକରେ ପହଞ୍ଚିବାପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ।
ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍ ମ୍ୟାଚ୍ ! ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ନିର୍ବାଚନୀ ମୈଦାନ।
ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି।
ପୁଣି ଚର୍ଚ୍ଚାରେ ମନ୍ତ୍ରୀ ପ୍ରମିଳା। କହିଲେ, ଆମେ ନପାରିଲେ ନବୀନ ବାବୁ ଯିବେ। ଧାମନଗର ଆମକୁ ବୁକେଇ ଯିବନି...ମୁଁ ତ ବୁଲୁଛି, ମତେ ଯାଜପୁରିଆ କହି କେହି ଗୋଡାଇ ନାହାନ୍ତି। ଦରକାର ପଡିଲେ ମୁଁ ବି ଗୋଟିଏ ଭିଡିଓ ଭାଇରାଲ କରିଦେବି...
ଯାଜପୁର ବିଜେଡି ନେତାଙ୍କ ଏଭଳି ଦବଦବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।
ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏବେ ସେଠାରେ ଉପନିର୍ବାଚନ ହେବ। ଆଉ ଏ ଉପ ନିର୍ବାଚନ ପାଣିପାଗ ଫୁଲ୍ ଜମିଗଲାଣି। ବିଜେଡି ମହିଳା କାର୍ଡ ଖେଳିଥିବା ବେଳେ ରାଜୁ ଦାସଙ୍କୁ ଟିକେଟ୍ ନ ଦେଇ ଅଡୁଆରେ। ସେପଟେ ବାପାଙ୍କ ଆଶୀର୍ବାଦ ନେଇ ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂସୀ ସୂରଜ। ଦେଖନ୍ତୁ ଧାମନଗର ଧମାକା
ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ପ୍ରଥମେ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଦଳରୁ ଟିକଟ ନମିଳିବାରୁ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁଙ୍କ କ୍ୟାମ୍ପେନ୍ ଜୋର୍ । ବିଜେଡି ଓ କଂଗ୍ରେସ ଯୋଦ୍ଧା ବି ମାଗିଲେଣି ଭୋଟ୍ ।
ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି।
ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ। ତାହା ଆଜି ସ୍ପଷ୍ଟ ହୋଇଯିବ।
ରାଜେନ୍ଦ୍ର ଦାସଙ୍କୁ ନେଇ ବିଜେଡିରେ କଂପନ। ଦଳୀୟ ଟିକଟ୍ ନମିଳିବାରୁ ବିଦ୍ରୋହ କରି ସ୍ବାଧୀନ ଭାବେ ଭରିଛନ୍ତି ନାମାଙ୍କନ, ଯାହାକୁ ନେଇ ଏବେ ହରଡ଼ଘଣାରେ ଦଳ ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହର ଶେଷ ଦିନ ଥିବାରୁ ଏବେ ସମସ୍ତଙ୍କ ନଜର। ରାଜେନ୍ଦ୍ରଙ୍କ ଉପରେ କଣ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ?
ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି।
ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଲିକାରୁ କିଏ ବାଦ ପଡିବ ତାହାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେ ଏହି ତାଲିକା ସାମ୍ନାକୁ ଆସିଛି।
ନିର୍ବାଚନ ପ୍ରଚାର ପାଇଁ ସଜ ହେଲେଣି ସବୁ ଦଳ। ଷ୍ଟାର ପ୍ରଚାରକମାନେ ବି ପ୍ରସ୍ତୁତ ହେଲେଣି। ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିସାରିଲାଣି। ଏହି ତାଲିକାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିବା ଜଣାଯାଇଛି।