Advertisment

ଧାମନଗର ଉପନିର୍ବାଚନ: କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ?

ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
Dhamnagar ByPoll

Dhamnagar ByPoll

ରାଜେନ୍ଦ୍ର ଦାସଙ୍କୁ ନେଇ ବିଜେଡିରେ କଂପନ। ଦଳୀୟ ଟିକଟ୍ ନମିଳିବାରୁ ବିଦ୍ରୋହ କରି ସ୍ବାଧୀନ ଭାବେ ଭରିଛନ୍ତି ନାମାଙ୍କନ,  ଯାହାକୁ ନେଇ ଏବେ ହରଡ଼ଘଣାରେ ଦଳ ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହର ଶେଷ ଦିନ ଥିବାରୁ ଏବେ ସମସ୍ତଙ୍କ ନଜର। ରାଜେନ୍ଦ୍ରଙ୍କ ଉପରେ କଣ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ? ନା ନିଜ ନିଷ୍ପତ୍ତିରେ କାଏମ୍ ରହି ସ୍ୱାଧୀନ ଭାବେ ଲଢ଼ିବେ? ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ସେପଟେ ବିଜେଡି କିନ୍ତୁ ଶେଷ ପର୍ଯ୍ୟନ୍ତ ରାଜୁଙ୍କୁ ମନାଇବା ଲାଗି ଉଦ୍ୟମ ଜାରି ରଖିଛି।

Advertisment

ଭିତରେ ଭିତରେ ବିଭିନ୍ନ ପ୍ରକାର ଅଫର୍ ଦେଇ ପ୍ରାର୍ଥିପତ୍ର ଫେରାଇ ନେବାକୁ ତାଙ୍କୁ ବୁଝାଉ ଥିବା କୁହାଯାଉଛି। ଯେମିତିକି, ରାଜେନ୍ଦ୍ରଙ୍କୁ ଉପନିର୍ବାଚନ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ କରିବା, ନିର୍ବାଚନ ପରେ କୌଣସି ନିଗମର ଅଧ୍ୟକ୍ଷ କରିବା, ୨୪ରେ ଦଳୀୟ ଟିକଟ୍ ଦେବା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ନେଇ ଲୋଭନୀୟ ଅଫର୍  ଦିଆଯାଉଥିବା ଚର୍ଚ୍ଚା ହେଉଛି। ତେବେ ରାଜେନ୍ଦ୍ର କହିଛନ୍ତି ସେ ବିକ୍ରି ହେବାର ପ୍ରଶ୍ନ ଉଠୁନି। ସେପଟେ ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ତେବେ ବିଜେଡି କହିଛି ରାଜେନ୍ଦ୍ର, ସ୍ୱାଧୀନ ଭାବେ ଲଢ଼ିଲେ ବି ଏହାର କୋଣସି ପ୍ରଭାବ ପଡିବ ନାହିଁ। 

ସେପଟେ ଧାମନଗରରେ ଚତୁର୍ମୁଖୀ ଲଢେଇ ହେବ ବୋଲି ଜଣାପଡ଼ିବା ପରେ ବିଭିନ୍ନ ଦଳ ସେମାନଙ୍କ ରଣନୀତି ସେହି ଅନୁସାରେ ବଦଳାଉଛନ୍ତି। ବିଜେପି କ୍ଷେତ୍ରୀୟ  ପ୍ରଭାରୀ ସୁନିଲ ବଂଶଲ  ଭଦ୍ରକରେ ବିଭିନ୍ନ ନେତାଙ୍କ ସହ ରଣକୌଶଳ ନେଇ ଆଲୋଚନା କରିଛନ୍ତି। ନିର୍ବାଚନ ପ୍ରଚାର, କେଉଁ ନେତା କେଉଁ ଦାୟିତ୍ୱରେ ରହିବେ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରଚାରରେ ମାତିଛନ୍ତି।

Advertisment

ସେପଟେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରଚାର ନେଇ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ତଥା ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କ ସହ ଆଲୋଚନା କରି ଷ୍ଟ୍ରାଜେଜି କରିଛନ୍ତି। ତେଣେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ବି ପ୍ରଚାର ମୈଦାନକୁ ଓହ୍ଲାଇ ଲୋକଙ୍କୁ ଭେଟୁଛନ୍ତି। ଆସନ୍ତାକାଲି ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବା ପରେ ଲଢେଇ ଜୋରଦାର ହେବ। ଧାମନଗରବାସୀ କାହା ଉପରେ ଭରସା କରିବେ ସମସ୍ତଙ୍କ ନଜର ତା ଉପରେ ରହିଛି।

(ରିପୋର୍ଟ: ଭଦ୍ରକରୁ ପାର୍ଥସାରଥୀ ନାୟକ, ଭୁବନେଶ୍ୱରୁ ଜଗଦୀଶ ଦାସ ଓ ହରିହର ଚାନ୍ଦ)

BJD BJP Congress Dhamnagar Bypoll
Advertisment
Advertisment