Advertisment

ଧାମନଗରରେ ଫେଲ୍ ମାରିଲା ବିଜେଡିର 'ମ୍ୟାନେଜ୍' ପ୍ଲାନ୍

ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି।

author-image
Chandan Shishu
Dhamnagar by-poll

Dhamnagar by-poll

ସବୁ ଚର୍ଚ୍ଚା, ସବୁ କଳ୍ପନାଜଳ୍ପନାର ଅନ୍ତ। ଧାମନଗର ଉପନିର୍ବାଚନ ମୈଦାନରେ କାଏମ୍ ରହିଲେ ପାଂଚଜଣ ପ୍ରାର୍ଥୀ। ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ସମସ୍ତଙ୍କ ନଜର ଥିଲା ବିଜେଡି। ଟିକଟ୍‌ରୁ ବଂଚିତ ହେବାପରେ ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଉପରେ। ନିଜ ନିଷ୍ପତ୍ତିରେ ସେ କାଏମ୍ ରହିଥିବାରୁ ଧାମନଗର ଓ ସାରା ରାଜ୍ୟ ଦେଖିବାକୁ ଯାଉଛି ଏକ ରୋଚକ ଲଢ଼େଇ। ବିଜେଡି ବନାମ୍ ଅସନ୍ତୁଷ୍ଟ ବିଜେଡି। ଯେଉଁ ଅବନ୍ତୀ ଦାସଙ୍କୁ ତିହିଡି ବ୍ଲକ ଅଧ୍ୟକ୍ଷା ପଦବିରେ ରାଜେନ୍ଦ୍ର ବସାଇଥିଲେ, ଏବେ ଲଢ଼ିବେ ତାଙ୍କ ବିରୋଧରେ।

Advertisment

ସେପଟେ ରାଜୁଙ୍କୁ ନେଇ ଫୁଲ୍ ଟେନସନ୍‌ରେ ଶଙ୍ଖ ଶିବିର ନାମାଙ୍କନ ପତ୍ର ଦାଖଲ କରିବା ଦିନଠୁ ବିଜେଡି ତାଙ୍କୁ ବୁଝାସୁଝା କରିଥିଲା। ଶେଷ ପର୍ଯ୍ୟନ୍ତ ସବୁ ପ୍ରକାର ପ୍ରୟାସ କରିଥିଲେ ବି ଦଳ ଏଥିରେ ସଫଳ ହୋଇନାହିଁ। ରାଜୁଙ୍କ ଉପରେ କୌଣସି ପ୍ରେସର୍ କି ଲୋଭନୀୟ ଅଫର୍ କିଛି ବି କାମ ଦେଇନାହିଁ। ଫଳରେ ବିଜେଡିର ପାଓ୍ୱାରଫୁଲ୍ ଗୋଷ୍ଠୀକୁ ଏକ ପ୍ରକାର ଶକ୍ତ ଝଟକା ଲାଗିଛି। ସେପଟେ ରାଜେନ୍ଦ୍ରଙ୍କ ଏକ ନିଆରା ଷ୍ଟାର ପ୍ରଚାରକ ତାଲିକା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ମା-ବାପା, ଗୁରୁଜନ, ବୁଜୁର୍ଗ, ଚାଚା, ଚାଚି, ଗରିବ ଖଟିଖିଆ, କୃଷକ ଭାଇ, ଭାଇ, ଭଉଣୀ ଓ ସାଧାରଣ ଜନତା ନିଜର ଷ୍ଟାର୍ କ୍ୟାଂପେନର୍ ବୋଲି ଦର୍ଶାଇଛନ୍ତି ରାଜୁ।

ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି। ବିଜେଡିର ଭୋଟ୍ ବିଭାଜନ ହେବା ଆଶଙ୍କା ଥିବାରୁ ଏହାର ଫାଇଦା ନେବା ଚକ୍କରରେ ଅଛନ୍ତି ବିରୋଧୀ। ଏଭଳି ସ୍ଥିତିରେ ବିଜେପି କହିଛି, ବିଜେଡି ନୁହେଁ ରାଜେନ୍ଦ୍ରଙ୍କ ସହ ବିଜେପିର ପ୍ରତିଦ୍ୱନ୍ଦିତା ହେବ। ଆଉ ବିଜେଡି ତୃତୀୟ ସ୍ଥାନକୁ ଖସିଯିବ। କଂଗ୍ରେସ ବି ଫାଇଦା ନେବା ଲକ୍ଷ୍ୟରେ ରହିଛି। ବିଜେଡି କହିଛି ଏହାର କୌଣସି ପ୍ରଭାବ ପଡିବ ନାହିଁ।

Advertisment

ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବା ପରେ ଆସନ୍ତାକଲିଠୁ ପ୍ରଚାର ଜମିବ। କିଏ କେଉଁ ପ୍ରସଙ୍ଗକୁ ନେଇ କାହାକୁ କଡା ସମାଲୋଚନା କରୁଛନ୍ତି ଏବେ ତା ଉପରେ ନଜର।

(ରିପୋର୍ଟ: ଭଦ୍ରକରୁ ପାର୍ଥସାରଥୀ ନାୟକ, ରଶ୍ମିରଂଜନ ଦାସ  ଓ ଭୁବନେଶ୍ୱରୁ ଜଗଦୀଶ ଦାସ ଓ ହରିହର ଚାନ୍ଦ)

BJD BJP Congress Odisha Politics Dhamnagar Bypoll
Advertisment
Advertisment