ଶାନ୍ତିପୂର୍ଣ୍ଣ ମତଦାନର କିଛି ସମୟ ପରେ ବିଭିନ୍ନ ସ୍ଥାନରୁ ଆସିଥିଲା ଗଣ୍ଡଗୋଳ ଓ ଉତ୍ତେଜନାର ଚିତ୍ର।
ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ।
୨୪ ସାଧାରଣ ନିର୍ବାଚନ ପାଇଁ ଏହି ବାଇଇଲେକ୍ସନ ଅନେକ କିଛି ସଙ୍କେତ ଦେବ ବୋଲି ରାଜନୈତିକ ବିଶ୍ଳେଷକ କହିଛନ୍ତି।
ମତଦାନ କେନ୍ଦ୍ରରେ ଦିନ ତମାମ ଦେଖିବାକୁ ମିଳିଥିଲା ଭୋଟରଙ୍କ ଭିଡ଼।
ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଧାମନଗରରେ ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ । କାଁ ଭାଁ ବୁଥ୍ ରିଗିଂ ଓ ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି ।
ଖଳାଗଡ଼ିଆ ସ୍କୁଲର ୨୨ ଓ ୨୩ନଂ ବୁଥରେ ରିଗିଂ ଅଭିଯୋଗ
ବିଜେଡି ପୋଷ୍ଟର ଲାଗି ଥିବା ଏହି ଗାଡ଼ିରେ ଅବନ୍ତୀ ବୁଲିବାକୁ ଆସିଥିଲେ ବୋଲି ସୂଚନା ମିଳିଛି। କିଛି ଲୋକ ଏହାକୁ ବିରୋଧ କରିଥିଲେ।
ଗୋଟିଏପଟେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି।
ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ସୋସିଆଲ୍ ମିଡିଆରେ ନକଲି ସର୍ଭେ ରିପୋର୍ଟ ଘୂରି ବୁଲୁଛି। ଓଟିଭି ସମେତ ଓଡ଼ିଶାର ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ନାଁରେ ଏହି ସର୍ଭେ କରାଯାଇଥିବା ଫେକ୍ ରିପୋର୍ଟରେ ଦର୍ଶା ଯାଇଛି।
ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ଜ ଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି।
କ’ଣ ହେବ ରେଜଲ୍ଟ, ତାହା ତ ଆସନ୍ତା ୬ ତାରିଖରେ ଜଣାପଡ଼ିବ । କିନ୍ତୁ ଆଜି ଧାମନଗରବାସୀ ବାଛିବେ ତାଙ୍କ ବିଧାୟକ ।
ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା ।
ବିଜେଡିରେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପଲ୍ଲା ଭାରି ! ଦଳରେ ନେତା ଓ କର୍ମୀ ଗୌଣ, SHGଙ୍କୁ ନେଇ ଚାଲିଛି ସମାନ୍ତରାଳ ସଙ୍ଗଠନ ! ଧାମନଗର ଉପନିର୍ବାଚନରେ ବିଜେଡି ଟିକଟ୍ ପାଇଁ ଟଣାଓଟରା ଭିତରେ ବାଜି ମାରି ନେଇଥିଲେ SHG ବ୍ୟାକ୍ଗ୍ରାଉଣ୍ଡରୁ ଆସିଥିବା ଅବନ୍ତୀ ଦାସ ।
ଧାମନଗରରେ ଚିତ୍ର ସ୍ପଷ୍ଟ, ୨୪ ନିର୍ବାଚନରେ ପ୍ରୟୋଗ ଚର୍ଚ୍ଚା ।
ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି ।
ବିଜେପି ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ନେଇ ସିଇଓଙ୍କ ଅଫିସକୁ ଯାଇଛି, ତାର ତଥ୍ୟ ବି ମାଗିଛି ଦଳ।
ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। କଂଗ୍ରେସର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ।
ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି ।
SHG କୁ ବିଜେଡି ବ୍ୟବହାର କରୁଥିବା ବିରୋଧୀଙ୍କ ଅଭିଯୋଗ ।
ପ୍ରଚାରରେ ଉଠୁଛି ପଡୁଛି ଧାମନଗର । ଲୋକଙ୍କୁ ମୋଦିଙ୍କ ମନ୍ କି ବାତ୍ ଶୁଣାଇଲା ବିଜେପି ।
ଭାଇରାଲ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।
ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ ।
ଧାମମନଗର ଉପନିର୍ବାଚନ ଟଙ୍କାବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି ।
SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ ।