• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧାମନଗର ଉପନିର୍ବାଚନରେ ଭୋଟ୍ ଫର୍ ନୋଟ୍ ଅଭିଯୋଗକୁ ନେଇ ମୁହାିଁମୁହିଁ ବିଜେପି-ବିଜେଡି । SHGଙ୍କ ଦ୍ୱାରା ଟଙ୍କା ବଣ୍ଟା ଓ ବିଜେଡି କର୍ମୀଙ୍କ କୋଟିଏ ଟଙ୍କାର ଅଫର ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ନିଶାନରେ ବିଜେଡି । ଏନେଇ ଦଳ ସିଇଓଙ୍କ ନିକଟରେ ଫେରାଦ ହେବା ସହ ୪୮  ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନ ନେଲେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହେବାକୁ ଚେତବାନୀ ଦେଇଛି ।

ସେପଟେ ବିଜେଡିି ବି ବିଜେପି ବିରୋଧରେ ଟଙ୍କା ବଣ୍ଟାର ପାଲାଟ ଅଭିଯୋଗ ଆଣି ସିିିଇଓଙ୍କ ପାଖରେ ଫେରାଦ ହୋଇଛି । ତେଣେ ମିଶନ୍ ଧାମନଗର ପାଇଁ ବିଜେଡି ଓ ବିଜେପି ନିଜ ନିଜ ଦଳର ନେତାଙ୍କୁ ଭୋଟ୍ ଲିଡ୍ କରିବାକୁ ଟାର୍ଗେଟ୍ ଦେଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନାଁରେ ନୋଟ୍ ଅଫର୍: ଅଧିକ ଭୋଟ୍ ଦେଇଥିବା ପଞ୍ଚାୟତକୁ କୋଟିଏ

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଯେତିକି ଜମୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗା ରାଜନୀତି ସେତିକି ବଢୁଛି । ଭୋଟ୍ ପାଇଁ ନୋଟ୍ ବା ଟଙ୍କା ବଣ୍ଟା ଅଭିଯୋଗ ସଂଖ୍ୟା ବି କିଛି କମ୍ ନୁହେଁ । ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ଟଙ୍କା ବଣ୍ଟା ଭିଡିଓ ଭାଇରାଲ୍ ଓ ମଞ୍ଚ ଉପରୁ ବିଜେଡି କର୍ମୀଙ୍କ ପଂଚାୟତକୁ କୋଟିଏ ଟଙ୍କାର ଅଫର ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ଧାମନଗର ରାଜନୀତି ।

 

ଭୋଟ୍ ହାତେଇବା ପାଇଁ ବିଜେଡି ଟଙ୍କା ବାଣ୍ଟୁଛି ଓ ବିଭିନ୍ନ ପ୍ରଲୋଭନ ଦେଖାଉଥିବା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରରେ ଫେରାଦ ହୋଇଛି ବିଜେପି । ପରେ ପାର୍ଟି ଅଫିସ୍‌ରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ କରାଯାଉଛି । ଜିଲ୍ଲା ପ୍ରଶାସନ କି ସିଇଓ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଆସନ୍ତା ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନନେଲେ ବିଜେପି କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସମୀର କହିଛନ୍ତି ।

ସେପଟେ ଏହାକୁ କାଉଣ୍ଟର କରିବାକୁ ଯାଇ ବିଜେଡି ବି ବିଜେପି ବିରୋଧରେ ଟଙ୍କା ବଣ୍ଟାର ପାଲଟା ଅଭିଯୋଗ ଆଣିଛି । ଏକ ପ୍ରତିନିଧି ଦଳ ଏନେଇ ସିଇଓଙ୍କ ପାଖରେ ଫେରାଦ ହୋଇଛି ।

ସେପଟେ ଧାମନଗର ରେସ୍‌ରେ ଆଗରେ ରହିବାକୁ ତିନି ଦଳ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଜୋରସୋର୍ ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ରାଜୁ ଦାସ ବିଦ୍ରୋହୀ ହେବା ପରେ ଟେନସନ୍‌ରେ ବିଜେଡି । ତେଣୁ ଉପନିର୍ବାଚନ ଦାୟିତ୍ୱରେ ଥିବା ମନ୍ତ୍ରୀ, ବିଧାୟକ, ସାଂସଦ ଓ ଅନ୍ୟ ନେତାଙ୍କୁ ଦଳ ଦେଇଛି ଟାର୍ଗେଟ୍ । କେଉଁ ପଂଚାୟତ ଓ କେଉଁ ଜୋନ୍‌ରେ କେତେ ଭୋଟ୍‌ରେ ବିଜେଡି ଆଗୁଆ ହେବ, ସେନେଇ ଫିକ୍ସ କରାଯାଇଛି ଟାର୍ଗେଟ୍ ।

ଏଥିରେ ବିଫଳ ହେଲେ ବିଭିନ୍ନ ପ୍ରକାର ଚେତାବନୀ ଦିଆଯାଇଥିବା କୁହାଯାଉଛି । ସେପଟେ ବିଜେପି ମଧ୍ୟ ନିଜ ନେତା ଓ ବିଧାୟକଙ୍କୁ ଟାର୍ଗେଟ ଦେଇଛି । ଦୁର୍ବଳ ବୁଥ୍‌ ଗୁଡ଼ିକରେ କେମିତି ଅଧିକ ଭୋଟ୍ ମିଳିପାରିବ, ସେଥିଲାଗି ସ୍ୱତନ୍ତ୍ର ଯୋଜନା କରି ଟାର୍ଗେଟ୍ ଫିକ୍ସ କରାଯାଇଛି ।

ଏହାରି ଭିତରେ ଜମୁଛି ପ୍ରଚାର । ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଓ ବିଧାୟକ ସୁକାନ୍ତ ନାୟକ ପ୍ରଚାର କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ଆଜି ଦେଖିବାକୁ ମିଳିଥିଲା ଧୁଷୁରୀ ଜୋନ୍‌ରେ । ସେଠାରେ ସେ ଏକ ବାଇକ୍ ରାଲି କରିଥିଲେ ।

ସେପଟେ ତିହିଡି ବ୍ଲକ ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ପ୍ରଚାର କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆସନ୍ତାକାଲିଠାରୁ କେନ୍ଦ୍ର ମନ୍ତ୍ରୀମାନେ ପ୍ରଚାର ମୈଦାନକୁ ଓହ୍ଲାଇବେ । ସେହିପରି ଆସନ୍ତା ୩୧ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ୍‌ରେ ପ୍ରଚାର କରିବେ ବୋଲି ଜଣାପଡିଛି ।

(ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)