Advertisment

'ବିଜେଡି ପ୍ରସ୍ତାବରେ ରାଜି ନହୋଇଥିଲେ ଆଉ ଭଦ୍ରକ ଫେରିପାରି ନଥାନ୍ତେ ରାଜୁ ଦାସ'

ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ! ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ନିର୍ବାଚନୀ ମୈଦାନ।

author-image
Chandan Shishu
ଅଦ୍ୟତନ ହୋଇଛି
Dhamnagar bypoll

Dhamnagar bypoll

ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପାଇଁ ରାଜେନ୍ଦ୍ରଙ୍କ ଉପରେ ପକାଯାଇଥିଲା କି ଚାପ? ବିଜେଡି କଥାରେ ଯଦି ରାଜୁ ବାବୁ ହଁ ନକହିଥାନ୍ତେ, ତାଙ୍କୁ ଗାଡ଼ି ଚଢାଇ ମାରିଦେଇଥାନ୍ତେ...। ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ସମର୍ଥନ କରିନଥିଲେ ସ୍ୱାଧୀନ ପ୍ରାର୍ଥୀ ତଥା ବିଜେଡିରୁ ବହିଷ୍କୃତ ନେତା ରାଜେନ୍ଦ୍ର ଦାସ ଓରଫ୍ ରାଜୁ ଦାସଙ୍କୁ ଭୁବନେଶ୍ୱରରୁ ଭଦ୍ରକ ଫେରିବାକୁ ଦିଆଯାଇନଥାନ୍ତା। ଅଧାବାଟରେ ତାଙ୍କୁ ହତ୍ୟା କରାଯାଇଥାନ୍ତା ବୋଲି ଅଭିଯୋଗ କରିଛନ୍ତି ରାଜୁ ଦାସଙ୍କ ସହଯୋଗୀ ଶୈଳେନ୍ଦ୍ର ମହାପାତ୍ର। ଓଟିଭି ଜନମଞ୍ଚ କାର୍ଯ୍ୟକ୍ରମରେ ଏକଥା କହିଛନ୍ତି ଶୈଳେନ୍ଦ୍ର।

Advertisment

ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ! ଏ ମ୍ୟାଚ୍‌ କୌଣସି କ୍ରିକେଟ୍‌ କି ଫୁଟବଲ୍‌ ଖେଳର ନୁହେଁ ବରଂ ଇଲେକ୍ସନ ଗେମ୍‌। ଜିତିବ କିଏ? ଆଉ ଚିତପଟାଙ୍ଗ ମାରିବ କିଏ? ଏହାକୁ ନେଇ ଚାଲିଛି ଅଙ୍କକଷା। ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ଧାମନଗର ମୈଦାନ। ମୈଦାନରେ ଅଛନ୍ତି ୫ ପ୍ରାର୍ଥୀ।  ଧାମନଗର ବିଜୟ ମୁକୁଟ ପିନ୍ଧିବ, ଏହି ପ୍ରସଙ୍ଗରେ ଆୟୋଜିତ ଓଟିଭିର ଜନମଞ୍ଚରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ସମର୍ଥକ।

ସେ କହିଛନ୍ତି ଯେ ବିଜେଡି କଥାରେ ରାଜୁ ବାବୁ ଯଦି ହଁ ନକହିଥାନ୍ତେ, ତାଙ୍କୁ ବାଟ ମଝିରେ ଟ୍ରକ୍ ଚଢାଇ ମାରିଦେଇଥାନ୍ତେ... ଯଦି ବିଜେଡି ପ୍ରସ୍ତାବରେ ରାଜି ହୋଇନଥାନ୍ତେ ସେ ଆଉ ଭଦ୍ରକ ଫେରିପାରିନଥାନ୍ତେ। କେବଳ ସେତିକି ନୁହେଁ, ଅବନ୍ତୀ ଦାସ ପ୍ରାର୍ଥୀ ହେବା କଥା ରାଜୁ ଦାସ କେବଳ ଚାପରେ କହିଥିଲେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଅବନ୍ତୀ ଦାସ ସପକ୍ଷରେ କହିବା ପାଇଁ ନବୀନ ନିବାସରେ ଜୋର ଜବରଦସ୍ତି କରାଯାଇଥିଲା। ନକହିଥିଲେ ରାଜୁ ଦାସ ଆଉ ଭଦ୍ରକ ଫେରିପାରିନଥାନ୍ତେ। ଏକଥା ନେଇ ରାଜୁ ଦାସ କେମିତି କାନ୍ଦୁଥିଲେ, ତାହା ମିଡିଆ ମାଧ୍ୟମରେ ଲୋକେ ଦେଖିଥିବା ସେ କହିଛନ୍ତି। ଏହି ପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଓଟିଭିର ଜନମଞ୍ଚ, ଆଜି ରାତି ୮ଟା।

Advertisment

ଚତୁର୍ମୁଖୀ ଲଢେଇକୁ ନେଇ ସରଗରମ ଧାମନଗର ରାଜନୀତି। ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ହେବା ପରେ ରୋଚକ ମୋଡ଼ରେ ଲଢ଼େଇ। ବିଜୁ ଜନତା ଦଳ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଦାସ ସମର୍ଥନ କରିବେ ବୋଲି ନବୀନ ନିବାସରେ କହିଥିଲେ। ହେଲେ ପର ସମୟରେ ଚିତ୍ର ବଦଳିଯାଇଥିଲା। ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ନିଜର ନାମାଙ୍କନ ଭରିଥିଲେ। ଏବେ  ମୈଦାନରେ ଅଛନ୍ତି ୫ ପ୍ରାର୍ଥୀ। 

ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ। ସମସ୍ତଙ୍କ ନଜର ଥିଲା ବିଜେଡି ଟିକଟ୍‌ରୁ ବଂଚିତ ହେବାପରେ ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଉପରେ। ନିଜ ନିଷ୍ପତ୍ତିରେ ସେ କାଏମ୍ ରହିଥିବାରୁ ଧାମନଗର ଓ ସାରା ରାଜ୍ୟ ଦେଖିବାକୁ ଯାଉଛି ଏକ ରୋଚକ ଲଢ଼େଇ। ବିଜେଡି ବନାମ୍ ଅସନ୍ତୁଷ୍ଟ ବିଜେଡି। ଯେଉଁ ଅବନ୍ତୀ ଦାସଙ୍କୁ ତିହିଡି ବ୍ଲକ ଅଧ୍ୟକ୍ଷା ପଦବିରେ ରାଜେନ୍ଦ୍ର ବସାଇଥିଲେ,ଏବେ ଲଢ଼ିବେ ତାଙ୍କ ବିରୋଧରେ।

Otv Dhamnagar Bypoll
Advertisment
Advertisment