Advertisment

Vastu Tips for Study Room: ଏମିତି ତିଆରି କରନ୍ତୁ ପଢ଼ାଘର...କ୍ୟାରିଅରରେ ଆସିବ ଉନ୍ନତି

ପଢ଼ାଘର ପାଇଁ ବାସ୍ତୁଶାସ୍ତ୍ର ହିସାବରେ ପ୍ରଥମ ଉପଯୁକ୍ତ ସ୍ଥାନ ହେଉଛି ପଶ୍ଚିମ ଦିଗ ଏବଂ ଦକ୍ଷିଣ-ପଶ୍ଚିମ କୋଣର ମଝିସ୍ଥାନ ହେଉଛି ପାଠ ପଢ଼ାଘର ପାଇଁ ଉପଯୁକ୍ତ ସ୍ଥାନ । ଏହି ସ୍ଥାନରେ ଯଦି ପୂର୍ବାଭିମୁଖୀ ହୋଇ ପାଠପଢ଼ାଯାଏ, ତେବେ  ପାଠ ମନେରହିଥାଏ । ସେଥିପାଇଁ ଏହି ସ୍ଥାନ ବାସ୍ତୁଦୋଷ ମୁକ୍ତ ହେବା ଆବଶ୍ୟକ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ପଢ଼ାଘର ପାଇଁ ବାସ୍ତୁ ନିୟମ

ପଢ଼ାଘର ପାଇଁ ବାସ୍ତୁ ନିୟମ

ବାସ୍ତୁଶାସ୍ତ୍ର ମତରେ ଭୂମି ଚୟନ ପାଇଁ ଯେମିତି ନିୟମମାନ ରହିଛି ସେମିତ ଗୃହ ନିର୍ମାଣ ସମୟରେ ଗୃହର ଓରିଏଣ୍ଟେସନର ମଧ୍ୟ ସେମିତି ନିୟମ ରହିଛି। ଅର୍ଥାତ୍ ବେଡରୁମ, ରୋଷେଇଘର, ଗାଧୁଆଘର ଆଦିର ନିୟମ ମଧ୍ୟ ରହିଛି । ଏ ସବୁ ଗୃହର କେଉଁ କେଉଁ ଦିଗରେ ନିର୍ମାଣ ହେବାକଥା । ସେହି ପରପ୍ରେକ୍ଷୀରେ ଗୋଟେ ଗୃହରେ ଅନ୍ୟାନ୍ୟ ରୁମ୍‌ର ଯେମିତି  ଆବଶ୍ୟକ ସେମିତି ଗୋଟେ ଷ୍ଟଡିରୁମ୍‌ର ମଧ୍ୟ ଆବଶ୍ୟକ ରହିଛି । କିନ୍ତୁ ଏହି ଷ୍ଟଡ଼ିରୁମ୍‌ର ମଧ୍ୟ ବାସ୍ତୁ ନିୟମ ଅଛି ।

Advertisment

ଯଦି ଏହି ଷ୍ଟଡିରୁମ୍ ବା ପଢ଼ାଘର ବାସ୍ତୁ ନିୟମରେ ହୋଇଥାଏ ତେବେ  ପିଲାମାନଙ୍କ ପାଠପଢ଼ାରେ ଉନ୍ନତି ହୋଇଥାଏ । ଆମ ସମସ୍ତଙ୍କୁ ମଧ୍ୟ ଗୃହ ନିର୍ମାଣ କଲାବେଳେ ପିଲାମାନଙ୍କ ପାଇଁ ଏକ ବାସ୍ତୁ ନିୟମ ଆଧାରିତ ପଢ଼ାଘରଟିଏ  କରିବା କଥା, କାରଣ ପିଲାମାନେ ହେଉଛନ୍ତି ଏହି ଦେଶର ଭବିଷ୍ୟତ । ସେମାନଙ୍କ ଶିକ୍ଷାଦିକ୍ଷା ହଁ ସେମାନଙ୍କର  ଉନ୍ନତି ସହିତ ଦେଶର ମଧ୍ୟ ଉନ୍ନତି କରିଥାଏ । ଏଣୁ ପାଠପଢ଼ା ଘରଟିଏ କଲାବେଳେ କେଉଁ ବାସ୍ତୁ ନିୟମକୁ ମାନବା ଦରକାର ସେହି ବିଷୟରେ ଜାଣିବା ।

କ୍ୟାରିଅର କୁ ପ୍ରଭାବିତ କରୁଥିବା ଦିଗ ହେଉଛି ପୂର୍ବଦିଗ, ଉତ୍ତର ଦିଗ ଏବଂ ପଶ୍ଚମ ଦିଗ । ଏହି ଦିଗରେ ବାସ୍ତୁ ଦୋଷ ଥିଲେ କ୍ୟାରିଅରକୁ ନେଇ ସମସ୍ୟା ଆସିଥାଏ । କ୍ୟାରିଅର ପାଇଁ ମୂଖ୍ୟ କାମ ହେଉଛି ପାଠ ପଢ଼ିବା । ଏଣୁ ପ୍ରଥମେ ପାଠ ପଢ଼ା ରୁମ୍ କେଉଁ ସ୍ଥାନରେ ହେବା କଥା ସେହି ବିଷୟରେ ଜାଣିବା ତାହା ସହିତ ପାଠ ପଢ଼ାଘରେ କ’ଣ ଭୁଲ୍ ଥିଲେ ପଢ଼ାଘରର ବାସ୍ତୁଦୋଷ ହୋଇଥାଏ । ସେହି ବିଷୟରେ ଜାଣିବା ।

Advertisment

୧. ପଢ଼ିବାଘର ପାଇଁ ବାସ୍ତୁଶାସ୍ତ୍ର ହିସାବରେ ପ୍ରଥମ ଉପଯୁକ୍ତ ସ୍ଥାନ ହେଉଛି ପଶ୍ଚିମ ଦିଗ ଏବଂ ଦକ୍ଷିଣ-ପଶ୍ଚିମ କୋଣର ମଝିସ୍ଥାନ ହେଉଛି ପାଠ ପଢ଼ାଘର ପାଇଁ ଉପଯୁକ୍ତ ସ୍ଥାନ । ଏହି ସ୍ଥାନରେ ଯଦି ପୂର୍ବାଭିମୁଖୀ ହୋଇ ପାଠପଢ଼ାଯାଏ, ତେବେ  ପାଠ ମନେରହିଥାଏ । ସେଥିପାଇଁ ଏହି ସ୍ଥାନ ବାସ୍ତୁଦୋଷ ମୁକ୍ତ ହେବା ଆବଶ୍ୟକ । ତେବେ କେଉଁ କାଣରୁ ଏହି ସ୍ଥାନରେ ବାସ୍ତୁଦୋଷ ଆସିଥାଏ ତାହା ଜାଣିବା । 

୨. ଏହି ସ୍ଥାନରେ ଅର୍ଥାତ୍ ଏହି ପଶ୍ଚିମ ଦିଗ ଏବଂ ଦକ୍ଷିଣ-ପଶ୍ଚିମ କୋଣ ମଝିରେ  ପାଠପଢ଼ାଘର ଥାଇ ଯଦି ଏହି ସ୍ଥାନରେ  ସବୁଜ ରଙ୍ଗ କରିଦିଆଯାଏ ତେବେ  ସମସ୍ୟା ଆସିଥାଏ ।

ପ୍ରତିକାର- ଏହି ରଙ୍ଗକୁ ହଟେଇ ଧଳାରଙ୍ଗ କରନ୍ତୁ ।

୩. ଏହି ସ୍ଥାନରେ ଅଳିଆ-ଆବର୍ଜନା ଗଦା କରିକି ରଖିଲେ ମଧ୍ୟ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ । ଏଣୁ ଏହି ସ୍ଥାନକୁ ସଫା ରଖିବା ନିହାତି ଜରୁରୀ ।

୪. ଏହି ସ୍ଥାନରେ ପାଠ ପଢ଼ାଘର ନଥାଇ ଅନ୍ୟ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଯଦି ଏହି ସ୍ଥାନରେ ଶୌଚାଳୟ କରାଯାଇଥାଏ ତେବେ ମଧ୍ୟ ଏହି ସ୍ଥାନରେ ବାସ୍ତୁଦୋଷ ପିଲାମାନଙ୍କ ଅବଚେତନ ମନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଣୁ ଏହି ସ୍ଥାନରୁ ଶୌଚାଳୟ ହଟାଇ ଦେବାଟା ଭଲ । ନ ହେଲେ ଏହି ସ୍ଥାନରେ ଗୋଟେ କାଚପାତ୍ରରେ ସମୁଦ୍ରଗୋଡ଼ା ଲୁଣ ଏବଂ ଫିଟିକିରି ମିଶେଇକି ରଖନ୍ତୁ ଏବଂ ନିୟମିତ ଶନିବାରକୁ ଶନିବାର ଏହାକୁ ପରିବର୍ତ୍ତନ କରନ୍ତୁ ଅର୍ଥାତ୍ ଏହି ଗୋଡାଲୁଣ ଓ ଫିଟିକିରିକୁ ପାଇଖାନାରେ ଶନିବାରକୁ ଶନିବାର ଫ୍ଲସ୍ କରିଦିଅନ୍ତୁ ଏବଂ ଏହି କାଚପାତ୍ରକୁ ଧୋଇ ସେହି ପାତ୍ରରେ ପୂନର୍ବାର ଏହି ଗୋଡ଼ାଲୁଣ ଏବଂ ଫିଟିକିରିକୁ ରଖିଦିଅନ୍ତୁ ।

Study Planets Vastu Tips Vastu Tips For Home In Odia
Advertisment
Advertisment