Advertisment

ବାଜି ପଲଟିବ ନା ନିଜ ନିଷ୍ପତ୍ତିରେ ଅଟଳ ରହିବେ ରାଜୁ ଦାସ...

ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ। ତାହା ଆଜି ସ୍ପଷ୍ଟ ହୋଇଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dhamnagar bypoll

Dhamnagar bypoll: Today is the last day to withdraw nomination

ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜଣା ପଡ଼ିଯିବ କିଏ କିଏ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ହେବ ମୁକାବିଲା। ସମସ୍ତଙ୍କର ନଜର ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ।

Advertisment

ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ, ତାହା ଆଜି ସ୍ପଷ୍ଟ ହୋଇଯିବ। ତାଙ୍କୁ ମନାଇବା ପାଇଁ ବିଜେଡି ସବୁ ପ୍ରକାର ଚେଷ୍ଟା କରୁଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ‘ରାଜୁ’ଙ୍କ ରାଜନୈତିକ କ୍ୟାରିୟର ! ତିହିଡ଼ି ବ୍ଲକରୁ ଆରମ୍ଭ କରିଥିଲେ ରାଜନୀତି

Advertisment

ରାଜେନ୍ଦ୍ରଙ୍କୁ ଉପନିର୍ବାଚନ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ କରିବା, ନିର୍ବାଚନ ପରେ କୌଣସି ନିଗମର ଅଧ୍ୟକ୍ଷ କରିବା, ୨୪ରେ ଦଳୀୟ ଟିକଟ୍ ଦେବା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାର ଲୋଭନୀୟ ଅଫର୍  ଦିଆଯାଇଥିବା ଚର୍ଚ୍ଚା ହେଉଛି। ହେଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାର ନିଷ୍ପତ୍ତିରେ ଏ ପର୍ଯ୍ୟନ୍ତ ଅଟଳ ଅଛନ୍ତି ରାଜେନ୍ଦ୍ର। ସେ  କହିଛନ୍ତି, ସେ ବିକ୍ରି ହେବାର ପ୍ରଶ୍ନ ଉଠୁନି।

ଅନ୍ୟପକ୍ଷେ, ବିଜେଡି କହିଛି ରାଜେନ୍ଦ୍ର, ସ୍ୱାଧୀନ ଭାବେ ଲଢ଼ିଲେ ବି ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।  ଆଜି ସନ୍ଧ୍ୟା ସୁଦ୍ଧା ଚିତ୍ର ପୁରାପୁରି ସ୍ପଷ୍ଟ ହୋଇଯିବ। ରାଜେନ୍ଦ୍ରଙ୍କ ନିଷ୍ପତ୍ତି ଅନେକାଂଶରେ ଧାମନଗର ଉପନିର୍ବାଚନ ଓ ବିଜେଡିକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। 

ସୂଚନାଥାଉ କି, ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍‌ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ‌ଆସନ ଖାଲି ରହିଛି।

Dhamnagar Bypoll Rajendra Das
Advertisment
Advertisment