• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପହଲଗାମ୍‌ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ପରେ ଆକ୍ସନ ମୁଡ୍‌ରେ ଭାରତ ସରକାର । ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଏହି ଆତଙ୍କୀ ହମ୍‌ଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଦୃଢ଼ ନିଷ୍ପତ୍ତି ପରେ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି । ପାକିସ୍ତାନ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି । ତେବେ ପାକିସ୍ତାନର ଏହି ପଦକ୍ଷେପ ଉପରେ ଭାରତୀୟ ଏଜେନ୍ସି ତୀକ୍ଷ୍ଣ ନଜର ରଖିଛନ୍ତି ।

Also Read

ଅଧିକ ପଢ଼ନ୍ତୁ: ଭାରତର ଆକ୍ସନ ପରେ ଭୟରେ ପାକିସ୍ତାନ୍‌, ପାକ୍‌ ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ପାକିସ୍ତାନ ଆରବ ସାଗର ଅଞ୍ଚଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ଷେପଣାସ୍ତ୍ର ଏକ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପକାରୀ କ୍ଷେପଣାସ୍ତ୍ର ହେବ । ଏହି ପରୀକ୍ଷଣ ୨୪-୨୫ ଏପ୍ରିଲରେ କରାଚୀ ଉପକୂଳରେ କରାଯିବ । ତେବେ ଭାରତୀୟ ତଦନ୍ତ ଏଜେନ୍ସି ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହାକୁ ନେଇ, ଗୃହ ମନ୍ତ୍ରଣାଳୟର ଗୃହ ସଚିବଙ୍କ ସହ RAW ଏବଂ IB ମୁଖ୍ୟମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ ପହଲଗାମ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ୍) ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ସ୍ଥଗିତ ରଖିଛି । ଏହା ପ୍ରଥମ ଥର ଯେ ଭାରତ ଏତେ ବଡ଼ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନୋଟି ବଡ଼ ଯୁଦ୍ଧ ହୋଇଛି କିନ୍ତୁ ଏହି ଚୁକ୍ତି ପୂର୍ବରୁ କେବେ ସ୍ଥଗିତ ହୋଇନାହିଁ ।

ସେହିପରି ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି । ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛି ଭାରତ । ଦୂତବାସୀ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ନିଆଯାଇଛି । ସେହିପରି ପାକ୍‌ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ ବୋଲି ଭାତର ପକ୍ଷରୁ କୁହାଯାଇଛି । ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ଧରିବୁ, ସଜା ଦେବୁ