• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାମନଗର ଭୋଟ୍ ପାଇଁ ଟଙ୍କା କାରବାର । ଟଙ୍କା ବାଣ୍ଟୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ । ଧାମନଗର ଚେୟାରମ୍ୟାନ ଟଙ୍କା ପଠାଇଥିବା ଅଭିଯୋଗ ।

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ତାତି ବଢୁଥିବା ବେଳେ ଗ୍ରାଉଣ୍ଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପୁରା ନିର୍ବାଚନ ମଣ୍ଡଳୀରେ ଧାମନଗର ଏନ୍ଏସିର ଏହି ଭାଇରାଲ୍ ଭିଡ଼ିଓକୁ ନେଇ ଚର୍ଚ୍ଚା । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ଟଙ୍କା ବାଣ୍ଟୁଛନ୍ତି । ତାଲିକା ଦେଖି ଗୋଟି ଗୋଟି କରି ନାଁ ପଢ଼ି, କହୁଛନ୍ତି ୩ ଜଣଙ୍କ ମଧ୍ୟରେ ଟଙ୍କା ବାଣ୍ଟି ନେବ । ଏହାକଣ SHG ପଇସା କି ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି ।

ତେବେ ଟଙ୍କା ବାଣ୍ଟୁଥିବା SHG ସଦସ୍ୟା ଜଣକ ସ୍ପଷ୍ଟ କରିଛନ୍ତି, ପଦଯାତ୍ରା ପାଇଁ ଯେଉଁମାନେ ଯାଇଥିଲେ ସେମାନଙ୍କ ପାଇଁ ଧାମନଗର ଚେୟାରମ୍ୟାନ ଏହି ଟଙ୍କା ପଠାଇଛନ୍ତି । ସେତିକିବେଳେ କିଛି ଲୋକ ଏହା ବିଜେଡି ପଇସା ବୋଲି କୁହଥିବା ଶୁଣିବାକୁ ମିଳିଛି । ଏହି ଭିଡିଓକୁ ନେଇ ବିଜେପିର ଏକ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ସବୁ ତଥ୍ୟ ପ୍ରମାଣ ଦେବା ସହ ଟଙ୍କା ବାଣ୍ଟୁଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଦଳ ଅଭିଯୋଗ କରଛି ବିଜେଡି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଟଙ୍କା ବାଣ୍ଟୁଛନ୍ତି ।

ସେପଟେ ଧାମନଗରରେ ଜୋରସୋର ପ୍ରଚାର ଭିତରେ ଫୋକସରେ ରହିଛି ସଂଖ୍ୟାଲଘୁ ଭୋଟ୍ । କାରଣ ଏହି ଭୋଟ୍ ହିଁ ହାର୍ ଜିତ୍‌ରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । କାହିଁକି ନା ନିର୍ବାଚନ ମଣ୍ଡଳୀରେ ଅଛନ୍ତି ପ୍ରାୟ ୨୫ ହଜାର ସଂଖ୍ୟାଲଘୁ ଭୋଟର୍ । ତିହିଡି ବ୍ଲକରେ ୩ ହଜାର, ଧାମନଗର ବ୍ଲକରେ ୧୫ ହଜାର ଓ ଧାମନଗର ଏନ୍ଏସିରେ ପ୍ରାୟ ୮ ହଜାର ସଂଖ୍ୟାଲଘୁ ଭୋଟ୍ ରହିଛି । ସେପଟେ ସବୁ ଦଳ କିନ୍ତୁ ଦାବି କରିଛନ୍ତି ସଂଖ୍ୟାଲଘୁ ଭୋଟ୍ ସେମାନଙ୍କ ସପକ୍ଷରେ ଯିବ ।

ସେପଟେ ଆଜି ତିହିଡି ବ୍ଲକର ବିିଭିନ୍ନ ପଂଚାୟତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଧାମନଗର ବ୍ଲକରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକର ବିଭିନ୍ନ ପଂଚାୟତ ଏବଂ ବିଜେଡି ଆଜି ଧାମନଗର ଏନ୍ଏସିରେ ରୋଡ୍ ସୋ କରିଛି ।

ସେପଟେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ନକଲେ ରାଜେନ୍ଦ୍ର ଦାସଙ୍କୁ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ନେଇ ସମର୍ଥକଙ୍କ କଥା ଉପରେ ମୋହର ମାରିଛନ୍ତି ରାଜେନ୍ଦ୍ର । କହିଛନ୍ତି ଏହି କଥାର ସତ୍ୟତା ରହିଛି । ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ  ଗତକାଲି ଚାଞ୍ଚଲ୍ୟକର ଖୁଲାସା ହୋଇଥିଲା । ରାଜେନ୍ଦ୍ରଙ୍କର ଜଣେ ସମର୍ଥକ କହିଥିଲେ ଯେ, ଅବନ୍ତୀଙ୍କୁ ସେତେବେଳେ ରାଜେନ୍ଦ୍ର ସମର୍ଥନ କରିନଥିଲେ ତାଙ୍କୁ ହତ୍ୟା କରାଯାଇଥାନ୍ତା ।

ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ଶୈଳେନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତି ଆଣିଥିବା ଏହି ଅଭିଯୋାଗକୁ ନେଇ ଗତକାଲି ହଇଚଇ ସୃଷ୍ଟି ହୋଇଥିଲା । ଶୈଳେନ୍ଦ୍ର ଖୋଲାଖୋଲି କହିଥିଲେ, ରାଜେନ୍ଦ୍ର ଦାସଙ୍କ ଉପରେ ସେଦିନ ପ୍ରବଳ ଚାପ ପଡିଥିଲା । ସେତେବେଳେ ଯଦି ଅବନ୍ତୀଙ୍କୁ ରାଜୁ ସମର୍ଥନ କରିନଥାନ୍ତେ ତେବେ ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଟ୍ରକ୍ ଚପାଇ ହତ୍ୟା କରାଯାଇଥିାନ୍ତା । ସେହିପରି ରାଜୁ ଦାସଙ୍କୁ ଟିକଟ ନମିଳୁ ବୋଲି କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିଥିଲେ । ବିଜେଡିର ମହିଳା କାର୍ଡ ଏକ ନାଟକ ବୋଲି ଶୈଳେନ୍ଦ୍ର ଅଭିଯୋଗ କରିଥିଲେ ।