/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666603069.jpg)
Pratap Chandra Sarangi
ଧାମନଗର ନିର୍ବାଚନ ପାଇଁ ଉଡ଼ୁଛି ପୁଳା ପୁଳା ଟଙ୍କା । ଏବେ ଗୋଟି ଗୋଟି ଭୋଟ୍ କିଣିବାକୁ ଚେଷ୍ଟା କରାଯାଉଛି । ହେଭିୱେଟ୍ ମାନେ ସେଠାରେ ଆଡ୍ଡା ଜମାଇଛନ୍ତି । ଜୋରସୋରରେ ଚାଲିଛି ପ୍ରଚାର । ଏହାରି ଭିତରେ ଗତକାଲି ନିର୍ବାଚନ ପ୍ରଚାର ପାଇଁ ଧାମନଗର ପହଞ୍ଚିଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ଆଉ ସମସ୍ତଙ୍କ ପରି ତାଙ୍କ ଗାଡ଼ି ମଧ୍ୟ ଯାଂଚ କରାଯାଇଥିଲା । ତେବେ ଗାଡ଼ିରୁ ଯେଉଁ ସାମଗ୍ରୀ ବାହାରିଛି, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ଧାମନଗର ନିର୍ବାଚନ ମଣ୍ଡଳୀ କାଁପଡ଼ା ପଞ୍ଚାୟତରେ ପ୍ରଚାର ବେଳେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗାଡ଼ିକୁ ରାସ୍ତାରେ ଅଟକାଇ ଯାଂଚ କରିଛନ୍ତି ପ୍ରଶାସନିକ ଅଧିକାରୀ । ଯାଂଚ ବେଳେ ତାଙ୍କ ଗାଡ଼ିରୁ ମିଳିଛି ସତେଜ ବ୍ରାହ୍ମୀପତ୍ର, ଫଳ ଓ ବିସ୍କୁଟ । ସେ ଜଣେ ସାଂସଦ ହୋଇଥିବା କୌଣସି ଦାଦାଗିରି ନଦେଖାଇ ଯାଂଚ ପାଇଁ ସହମତି ପ୍ରଦାନ କରିଥିଲା । ହେଲେ ଯାଞ୍ଚ ବେଳେ ଏସବୁ ବାହାରିବା ପରେ ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ ଧାମନଗରରେ ଜୋରସୋର ପ୍ରଚାର ଭିତରେ ଫୋକସରେ ରହିଛି ସଂଖ୍ୟାଲଘୁ ଭୋଟ୍ । କାରଣ ଏହି ଭୋଟ୍ ହିଁ ହାର୍ ଜିତ୍ରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । କାହିଁକି ନା ନିର୍ବାଚନ ମଣ୍ଡଳୀରେ ଅଛନ୍ତି ପ୍ରାୟ ୨୫ ହଜାର ସଂଖ୍ୟାଲଘୁ ଭୋଟର୍ । ତିହିଡି ବ୍ଲକରେ ୩ ହଜାର, ଧାମନଗର ବ୍ଲକରେ ୧୫ ହଜାର ଓ ଧାମନଗର ଏନ୍ଏସିରେ ପ୍ରାୟ ୮ ହଜାର ସଂଖ୍ୟାଲଘୁ ଭୋଟ୍ ରହିଛି । ସେପଟେ ସବୁ ଦଳ କିନ୍ତୁ ଦାବି କରିଛନ୍ତି ସଂଖ୍ୟାଲଘୁ ଭୋଟ୍ ସେମାନଙ୍କ ସପକ୍ଷରେ ଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)