ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣ ବଢ଼ିବା ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।
ହଠାତ୍ କୋଭିଡ୍ କେସ୍ ବଢ଼ିବା ପରେ ମୁମ୍ବାଇରେ କୋଭିଡ୍ ଟେଷ୍ଟିଂକୁ ଆହୁରି ବଢ଼ା ଯାଇଛି। ମୁମ୍ବାଇରେ କୋଭିଡ୍ ଟେଷ୍ଟିଂ ସମୟରେ ପଜିଟିଭ୍ ରେଟ୍ ୬%ରେ ପହଞ୍ଚିଥିବା ଦେଖିବାକୁ ମିଳିଛି।
ବେଜିଂରେ ନୂଆ କରୋନା କେସ୍ ସାମ୍ନାକୁ ଆସିବା ପରେ ହଜାର ହଜାର ସଂଖ୍ୟକ ଲୋକଙ୍କୁ ଜୋର ଜବରଦସ୍ତ ହୋଟେଲ୍ରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଯାଇଛି। ମହାମାରୀ ଆରମ୍ଭ ହେବା ପରଠୁ ବେଜିଂ ସବୁଠାରୁ ଭୟଙ୍କର ବିପର୍ଯ୍ୟୟର ମୁକାବିଲା କରୁଛି।
ରାୟଗଡ଼ା ଜିଲ୍ଲାରେ ୬୪ ଜଣ ସ୍କୁଲ୍ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଚିହ୍ନଟ ଛାତ୍ରଙ୍କ ନିକଟରେ କୌଣସି କୋଭିଡ୍ ଲକ୍ଷଣ ନାହିଁ।
ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଲୋଚନା କରିଛନ୍ତି। କିଛି ରାଜ୍ୟରେ କେସ୍ ବଢୁଥିବାରୁ ଆଲର୍ଟ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ଓଡ଼ିଶା ସରକାର ସଜାଗ ହୋଇଛନ୍ତି। ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ସଂକ୍ରମଣ କେସ୍ ନାହିଁ। ତେଣୁ ସେଭଳି ଆତଙ୍କିତ ହେବା ପରିସ୍ଥିତି ନାହିଁ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
କ୍ୱାରେଣ୍ଟିନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals)ର ପୁରା ଟିମ୍। କ୍ରିକେଟର Physio Patrick Farhart କରୋନା ପଜିଟିଭ୍ ଚିହ୍ନଟ ପରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା।
ଗତ କିଛିଦିନ ହେବ ଉତ୍ତରପ୍ରଦେଶ ଗାଜିଆବାଦ ଓ ନୋଏଡାରେ ଅନେକ ସ୍କୁଲ୍ରେ ଛାତ୍ରମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ୫ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି। ବୁଧବାର ଗାଜିଆବାଦର ଆଉ ଏକ ସ୍କୁଲ୍ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଉନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ।
ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି।
ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି ।
ଭୂତାଣୁର ଗୁଣ ଲକ୍ଷଣବିହୀନ ହୋଇଥିବାରୁ ଏହାକୁ ଆୟତ୍ତ କରିବା ଏବେ ଚୀନ୍ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
ପୁଣି କୋଭିଡ୍ କଟକଣା କୋହଳ କଲେ ରାଜ୍ୟ ସରକାର। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ୍ କର୍ଫ୍ୟୁ ହଟାଇ ଦିଆଯାଇଛି।
କେବେ ହ୍ରାସ ପାଇବ ମହାମାରୀ କରୋନାର ପ୍ରକୋପ ? କେବେ କମିବ କରୋନାର କଠିନ ପରିସ୍ଥିତି ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡସ୍ ଆଧନମ୍ ଏହାର ଉତ୍ତର ରଖିଛନ୍ତି।
ଓମିକ୍ରନ୍ ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି।
ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି। ଆଇଏଲଏସ୍ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା।
ଲୋକ ଜୀବିତ ହେଲେ ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍। ଏମିତି ଏକ ଚମକାଇ ଦେଲା ପରି କଲ୍ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଞ୍ଚଳର ଶାଶ୍ୱତ ଦେବଦତ୍ତ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ୍ ବୈଷୟିକ ମୁଖ୍ୟ ମାରିଆ ଭାନ୍ କେର୍ଖୋଭ୍ କହିଛନ୍ତି ଯେ, ଯଦି କରୋନାର ଯେଉଁ ନୂଆ ଭ୍ୟାରିଆଣ୍ଟ୍ ଆସିବ, ତାହା ବର୍ତ୍ତମାନର ଭ୍ୟାରିଆଣ୍ଟକୁ ଅକ୍ତିଆର କରି ଆଗକୁ ବଢ଼ିବ । ତେଣୁ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି ।
ତୃତୀୟ ଲହର କମୁଥିବା ବେଳେ ସଂକ୍ରମଣ ଶେଷ ପର୍ଯ୍ୟାୟରେ ଥିବା ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
କରୋନା ଟିକା ସ୍ପୁଟନିକ୍ ଲାଇଟ୍କୁ ମିଲିଲା ଭାରତ ସରକାରଙ୍କ ଅନୁମତି । ଏହି ସିଙ୍ଗଲ୍ ଡୋଜ୍ କରୋନା ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ(DCGI)।
ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି।