Advertisment

ହେଳା ନକରି କରୋନା ପ୍ରତି ସମସ୍ତେ ସଜାଗ ରୁହ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଆଗକୁ ହୋଲି ଆସୁଥିବାରୁ ଭିଡ଼ ନକରିବାକୁ ପରାମର୍ଶ

author-image
Chandan Shishu
Holi

Holi

ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସ୍ଥିତି। ପଜିଟିଭିଟି ହାର କମ୍ ଥିବା ବେଳେ, ଆଡମିଶନ ହାର ଓ ମୃତ୍ୟୁହାର ମଧ୍ୟ କମ ଅଛି। ତେବେ ଯେଉଁ ସର୍ଭେଲାନ୍ସ ହେବା କଥା ତାହା ଜାରି ରହିଛି। ସରକାରଙ୍କ ଗାଇଡଲାଇନ ଅନୁସାରେ ଟିକାକରଣ ଜାରି ଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।

Advertisment

ସେହିପରି ଜିନମ ସିକ୍ୱେନ୍ସିଂ ଯେମିତି ହେବା କଥା ଚାଲିଛି। ବିଦେଶରେ ସଂକ୍ରମଣ ବଢ଼ିବା ପ୍ରସଙ୍ଗରେ ବିଜୟ କହିଛନ୍ତି, ଆନ୍ତର୍ଜାତିକସ୍ତରରେ ସଂକ୍ରମଣ ବଢିଲେ ବି ଦେଶରେ ସଂକ୍ରମଣ କମ ରହିଥାଏ, ମାତ୍ର ହେଳା ନକରି ସମସ୍ତେ ସଜାଗ ରହିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଯେପର୍ଯ୍ୟନ୍ତ WHOର କ୍ଲିୟର କଟ ଗାଇଡଲାଇନ ଆସିନି କିମ୍ବା ନ୍ୟାସନାଲ ଟାସ୍କଫୋର୍ସର ଗାଇଡଲାଇନ ଆସିନି, ସେ ଯାଏଁ ସରକାରଙ୍କ ଗାଇଡ଼ଲାଇନ ଅନୁପାଳନ କରାଯିବ। ଆଗକୁ ହୋଲି ଆସୁଥିବାରୁ ଭିଡ଼ ନକରି ସୁରକ୍ଷିତ ଭାବେ ହୋଲି ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment
COVID19 Health Expert
Advertisment
Advertisment