Advertisment

ବଞ୍ଚିଥିବା ଲୋକଙ୍କୁ କୋଭିଡରେ ମୃତ ଦର୍ଶାଇ ଅନୁକମ୍ପା ସହାୟତା ରାଶି ନେବାକୁ ଫୋନ୍‌ କଲ୍‌, ଜାଣନ୍ତୁ..

ଲୋକ ଜୀବିତ ହେଲେ ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍‌। ଏମିତି ଏକ ଚମକାଇ ଦେଲା ପରି କଲ୍‌ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଞ୍ଚଳର ଶାଶ୍ୱତ ଦେବଦତ୍ତ।

author-image
Otv Khabar Bureau
fake covid dead

fake covid dead

ରାଜ୍ୟର କୋଭିଡ ମୃତ୍ୟୁ ତଥ୍ୟ ମିଛ! ସୁପ୍ରିମ କୋର୍ଟ ଏପରି ମନ୍ତବ୍ୟ ଦେବା ପରେ ପଦାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ବଞ୍ଚିଥିବା ଲୋକଙ୍କୁ କୋଭିଡରେ ମୃତ ଦର୍ଶାଇ ଅନୁକମ୍ପା ସହାୟତା ରାଶି ନେବାକୁ ଫୋନ୍‌ କଲ୍‌ ଯାଉଛି। ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ। ଏନେଇ ଟ୍ୱିଟରରେ ସବୁ କଥା ଖୋଲି ଦେଇଛନ୍ତି ମିଛ ଫୋନ୍‌ କଲ ପାଇଥିବା ବ୍ୟକ୍ତି।

Advertisment

ଲୋକ ଜୀବିତ ହେଲେ ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍‌। ଏମିତି ଏକ ଚମକାଇ ଦେଲା ପରି କଲ୍‌ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଞ୍ଚଳର ଶାଶ୍ୱତ ଦେବଦତ୍ତ। ଶାଶ୍ୱତଙ୍କ ମା’ଙ୍କୁ କୋଭିଡ ମୃତ ଦର୍ଶାଇ ବିଏମସି ପକ୍ଷରୁ ଫୋନ୍ କଲ ଆସିଥିଲା । ଥରେ ନୁହେଁ, ଦୁଇ ଦୁଇ ଥର କଲ୍ କରି ୫୦ ହଜାର ଟଙ୍କା ନେଇଯିବା ପାଇଁ କହିଥିଲେ ଉଭୟ ବିଏମସି କର୍ମଚାରୀ ଓ କଳାରାହାଙ୍ଗ ରାଜସ୍ୱ ନୀରିକ୍ଷକ ବା ଆର.ଆଇ.।

ମା’ ବଞ୍ଚି ଥାଉ ଥାଉ ଏମିତି ଏକ କଲ୍‌କୁ ନେଇ ପୁରା ପରିବାର ସ୍ତବ୍ଧ ହୋଇଯାଇଥିବା ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଶାଶ୍ୱତ। ଅଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ, ଫେବୃୟାରୀ ୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୩ରେ ତାଙ୍କୁ ପ୍ରଥମେ ୭୦୦୮… ନମ୍ବରରୁ ତାଙ୍କ ମା’ଙ୍କ କୋଭିଡ ମୃତ୍ୟୁ ଜନିତ ଅନୁକମ୍ପା ସହାୟତା ନେବା ପାଇଁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ କଲ୍‌ ଆସିଥିଲା। ପୁଣିଥରେ ୪ ତାରିଖ ଦିନ ୧.୪୦ରେ ନିଜକୁ କଳାରାହାଙ୍ଗ ଆର.ଆଇ. ପରିଚୟ ଦେଇ ୮୨୬୦… ନମ୍ବରରୁ କଲ୍‌ କରିଥିଲେ ଆଉ ଜଣେ ବ୍ୟକ୍ତି।

Advertisment

ମା’ଙ୍କ ମୃତ୍ୟୁ ପାଇଁ ମଞ୍ଜୁର ହୋଇଥିବା ଅନୁକମ୍ପା ସହାୟତା ରାଶି ୫୦ ହଜାର ଟଙ୍କା ନେବା ଲାଗି ଶାଶ୍ୱତଙ୍କୁ ଜଣାଇଥିଲେ ଆର.ଆଇ.। ତେବେ ଏହି ଗୋଟିଏ ଭୁଲ ନୁହେଁ, ଏମିତି ନିୟମିତ ଭୁଲ କଲ୍‌ ଯାଉଥିବା ନିଜେ ସ୍ୱୀକାର କରିଛନ୍ତି ଏହି କର୍ମଚାରୀ। ବିଭିନ୍ନ କୋଭିଡ ହସ୍ପିଟାଲ ପକ୍ଷରୁ ବିଏମସିକୁ ଯୋଗାଇ ଦିଆଯାଉଥିବା ତାଲିକା ଅନୁସାରେ ଫୋନ୍ କଲ୍‌ କରାଯାଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ତାଲିକାର ତଥ୍ୟ ଭୁଲ ପାଇଁ ଭୁଲ କଲ୍ ଯାଉଥିବା କହିଛନ୍ତି ବିଏମ୍‌ସି କର୍ମଚାରୀ।

ତେବେ ମହତ କାମରେ ଏମିତି ଛୋଟ ଛୋଟ ଭୁଲକୁ ଧରାଯିବା କଥାନୁହେଁ କହି ପ୍ରସଙ୍ଗକୁ ବେଶ ହାଲୁକାର ସହ ନେଇଛନ୍ତି ବିଏମସି । ଏବଂ ଆଗାକୁ ଏପରିଭୁଲ ନ ହେବା ପାଇଁ ପଦକ୍ଷପ ନିଆଯାଉଥିବା କହିଛନ୍ତି ବିଏମଡି ଡେପୁଟୀ କମିଶନର ଲକ୍ଷ୍ମୀକାନ୍ତ ସେଠୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି କୋଭିଡ ମୃତକଙ୍କ ପରିବାରଙ୍କୁ ରାଜ୍ୟ ସରକାର ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସବୋର୍ଡ ତଥ୍ୟ କହୁଛି ରାଜ୍ୟରେ ୯ ହଜାର ପାଖାପାଖି କୋଭିଡ ଜନିତ ମୃତ୍ୟୁ ହୋଇଛି। ଏଥରୁ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କ ତଥ୍ୟରେ ତାଳମେଳ ନଥିବାବେଳେ ରାଜ୍ୟର କୋଭିଡ ମୃତ୍ୟୁ ନେଇ ବିଭ୍ରାନ୍ତି ସୃଷ୍ଟି ହୋଇଛି, ଯାହାକି ତ୍ରୁଟୀପୂର୍ଣ୍ଣ କୋଭିଡ଼ ପରିଚାଳନାର ଏକ ନଗ୍ନ ରୂପ।

COVID19 Odisha
Advertisment
Advertisment