କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ପୂର୍ବ ଭାରତର ୫ଟି ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି।
ଏପଟେ ଥରକୁ ଥର ରୂପ ବଦଳାଉଥିବା କରୋନାର ୟା ଭିତରେ ସୃଷ୍ଟି ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ। ଯାହାର ନାଁ ନିଓକୋଭ।
ରାଜ୍ୟରେ ଆଉ ୫ ହଜାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଉ ମାସେ ଅର୍ଥାତ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।
ଆଉ ମାସେ ଅର୍ଥାତ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।
ରାଜ୍ୟରେ କ୍ରମାଗତ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ୭ ହଜାର ଉପରେ ଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୧କୁ ଖସିଛି ।
କରୋନା ସଂକ୍ରମଣ ପିକ୍ରେ ପହଞ୍ଚିବାକୁ ଆହୁରି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି । ରାଜ୍ୟରେ ଆଜି ୭ ହଜାର୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ କ୍ୱାରେଣ୍ଟିନରୁ ୪ ହଜାର ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୧୨୦ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୬୭ ଚିହ୍ନଟ ହୋଇଛନ୍ତି ।
କେବଳ ସହର ନୁହେଁ ଗାଁଗହଳିରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି।
ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ନୂଆ ଗାଇଡଲାଇନ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ(SRC) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ।
କେବେ ହେବକରୋନା ଭାଇରସ୍ର ଅନ୍ତ ? ଏନେଇ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଥିବା ବେଳେ ଏବେ ଆଶାର କିରଣ ନଜର ଆସିଛି।
ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍ପୁଲ୍ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି ।
ଆକ୍ରାନ୍ତ ୭ ଦିନ ହୋମ୍ ଆଇସୋଲେସନରେ ରହିପାରିବେ। ଏହି ୭ ଦିନ ମଧ୍ୟରେ ଲଗାତାର ୩ ଦିନ ଜ୍ୱର ନଆସିଲେ, ଆାଇସୋଲେସନ ସରିବ।
ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲିଛି।
ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ଆଇସୋଲସେନରେ ରହିଲେ ସଂକ୍ରମଣକୁ କମାଯାଇପାରିବ।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେବି କିଛି ରାଜ୍ୟରେ ଆକ୍ଟିଭ୍ କେସ୍ ଅଧିକ ରହିଛି। ଶ୍ରେଷ୍ଠ ୧୦ଟି ଆକ୍ଟିଭ୍ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।
ଅନ୍ୟ ଟିକା କେବଳ ସଂପୃକ୍ତ ରୋଗ ରୋକିବନି, କରୋନାକୁ ବି ତଡ଼ିବ।
ଦୁଇ ଦିନ ହେଲା ନୂଆ ପଜିଟିଭ୍ ଗ୍ରାଫ୍ ତଳମୁହାଁ ଥିଲା । ହେଲେ ଆଜି ପୁଣି ଦୈନିକ ସଂକ୍ରମଣରେ ବିସ୍ଫୋରଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ ହଜାର ୯୭୦ ନୂଆ ଆକ୍ରାନ୍ତ। ଯାହାକି ଗଲାକାଲିର ନୂଆ ରୋଗୀ ସଂଖ୍ୟାଠାରୁ ଏକାଥରେ ପ୍ରାୟ ୪୫ ହଜାର ଅଧିକ । ଥାର୍ଡ ୱେଭରେ ଦେଶରେ ହୁ ହୁ ସଂକ୍ରମଣର ଏ ଅବୁଝା ରୂପ ଦେଖି ଚିନ୍ତିତ ସ୍ୱାସ୍ଥ୍ୟ ବିଭାଗ ।
ଭୟଭୀତ ନହୋଇ କୋଭିଡ୍ ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।
କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ ଓ ଆଇସୋଲେସନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ ଅଛି।
ଏବେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ୍ ବେଡ୍ ୯ ପ୍ରତିଶତ, ଆଇସିୟୁ ୧୫ ପ୍ରତିଶତ ଓ ଭେଣ୍ଟିଲେଟରରେ ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି ।
ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ କୋଭିିଡ୍-୧୯ ଟାସ୍କ ଫୋର୍ସ ପକ୍ଷରୁ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କରାଯାଇଛି ।