Advertisment

ପୁଣି ଆଉ ଏକ ସ୍କୁଲ୍‌ରେ ପଶିଲା କରୋନା: ୧୦ମ ଛାତ୍ର ପଜିଟିଭ୍‌, ୫ ସ୍କୁଲ୍‌ ବନ୍ଦ ଘୋଷଣା

ଗତ କିଛିଦିନ ହେବ ଉତ୍ତରପ୍ରଦେଶ ଗାଜିଆବାଦ ଓ ନୋଏଡାରେ ଅନେକ ସ୍କୁଲ୍‌ରେ ଛାତ୍ରମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ୫ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି। ବୁଧବାର ଗାଜିଆବାଦର ଆଉ ଏକ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି।

author-image
Rajalaxmi Sahoo
Ghaziabad 10th Student Corona Infected

Ghaziabad 10th Student Corona Infected

ପୁଣିଥରେ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ଉତ୍ତରପ୍ରଦେଶ ଗାଜିଆବାଦ ଓ ନୋଏଡାରେ ଅନେକ ସ୍କୁଲ୍‌ରେ ଛାତ୍ରମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ୫ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି। ବୁଧବାର ଗାଜିଆବାଦର ଆଉ ଏକ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି। 

Advertisment

ଏହା ପୂର୍ବରୁ ଗାଜିଆବାଦର ୨ଟି ପ୍ରାଇଭେଟ୍‌ ସ୍କୁଲ୍‌ର ୩ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଫଳରେ ସଂକ୍ରମଣ ରୋକିବା ପାଇଁ ୩ ଦିନ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ନେଇ ଘୋଷଣା କରାଯାଇଥିବା ସ୍କୁଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସେହିପରି ନୋଏଡା ସ୍ଥିତ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ସପ୍ତାହ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ କ୍ଲାସ୍‌ କରିବେ ବୋଲି ସ୍କୁଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। 

ସେପଟେ ନୋଏଡାର ଆଉ ଏକ ସ୍କୁଲ୍‌ରୁ ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଶିକ୍ଷକ ଅଛନ୍ତି। ଏନେଇ ନୋଏଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି, ହଠାତ୍‌ ଏତେ ଜଣ ପଜିଟିଭ୍‌ ଚିହ୍ନଟ ପରେ ଅନ୍‌ଲାଇନ୍‌ କ୍ଲାସ୍‌ କରିବା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୮ରେ ଅଫ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ ବୋଲି ଜଣାପଡ଼ଛି। ଯେଉଁମାନେ ସଂକ୍ରମିତ ହୋଇଛନ୍ତି, ସେମାନେ ଆଣ୍ଟିଜେନ୍‌ ରିପୋର୍ଟ ଦେଖାଇ ସ୍କୁଲ୍‌ରେ ପ୍ରବେଶ କରିବେ।

Advertisment

ବୁଧବାର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୧,୦୮୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଗତକାଲିଠୁ ୩୬.୬% ଅଧିକ। ମଙ୍ଗଳବାର ରିପୋର୍ଟ ଅନୁସାରେ, ଦିନକରେ ୭୯୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ୨୪ ଘଣ୍ଟାରେ କରୋନା ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଆଜି ୨୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଗତକାଲି ୧୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। 

COVID19 Corona Cases In India
Advertisment
Advertisment