ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବା ଉପରେ SRC କଟକଣା ଜାରି କରିଛନ୍ତି। ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଠାରେ ଲୋକେ ଏକାଠି ହେବାକୁ ମନା କରାଯାଇଛି।
ସଂକ୍ରମଣ ବଢୁଥିବାରୁ ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ।
ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି ଏବଂ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ICUର ଆବଶ୍ୟକତା ବି କମ୍ ରହୁଛି।
ବିଶ୍ୱରେ ଡେଲଟା ଜାଗାରେ ଓମିକ୍ରନ୍ କ୍ରମେ ବଢ଼ି ବଢ଼ି ଚାଲିଛି। ଡେଲଟାର ସ୍ଥାନ ଓମିକ୍ରନ୍ ଧିରେ ଧିରେ ନେଉଥିବା ହୁ କହିଛି।
ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ ।
ଦିଲ୍ଲୀରେ ଏବେ ସ୍ଥିତି ସଂଗୀନ ରହିଛି । ପ୍ରତି ୪ ଜଣରେ ଜଣେ କରୋନା ପଜିଟିଭ୍ ହେଉଥିବା ଜଣାପଡ଼ିଛି । ଗତକାଲି ପଜିଟିଭ୍ ହାର ୨୫ ପ୍ରତିଶତ ରହିଥିଲା । ଗତବର୍ଷ ମେ’ ମାସ ପରେ ପ୍ରଥମଥର ପାଇଁ ଗତକାଲି ପଜିଟିଭ୍ ହାର ୨୫ ପ୍ରତିଶତକୁ ଛୁଇଁଛି ।
କରୋନାକୁ ନେଇ ମଧ୍ୟ ଅନେକ ମିଛ ଖବର ଏଥିରେ ଭାଇରାଲ ହୋଇଥାଏ । କିଛି ଦିନ ହେବ ସୋସିଆଲ ମିଡିଆରେ ଏମିତି କିଛି ଖବର ଏବେ ପୁଣି ଭାଇରାଲ ହେବାରେ ଲାଗିଛି ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି।
ଗାଇଡଲାଇନ୍ରେ କେଉଁମାନେ ଟେଷ୍ଟ କରିବେ, ସେନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
ରାଜନାଥଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଯେଉଁମାନେ କୋଭିଡ୍ ନିୟମ ଭାଙ୍ଗିବେ ୫୦୦ ଟଙ୍କା ଜରିମାନା ଗଣିବେ ବୋଲି BMC କହିଛି।
ବେଲଗାମ୍ କରୋନା : ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦେଶରେ କରୋନା ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ଏହାକୁ ହାଲୁକା ଭାବେ ନ ନେଇ ସଜାଗ ହୁଅନ୍ତୁ।
ଆଜି ଦେଶରେ ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି । ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇବାରେ ଲାଗିଛି ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ଏନେଇ ଚିନ୍ତା ବଢ଼ିଛି। ଦିଲ୍ଲୀରେ ଏବେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି। ତଥାପି ସଂକ୍ରମଣ ସଂଖ୍ୟାରେ ଏହାର କୌଣସି ପ୍ରଭାବ ପଡ଼ିନି।
ଦେଶ ଅବା ରାଜ୍ୟ, ସବୁଠି କରୋନା ସଂକ୍ରମଣର ପ୍ରଖର ସୁଅ। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଡେଇଁଥିବାବେଳେ ରାଜ୍ୟରେ ୪ହଜାର ୭ଶହ ଉପରକୁ ଗଲାଣି। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ ଟିକାକରଣ।
କୋଭିଡର ମୁକାବିଲା ପାଇଁ ଟେଷ୍ଟିଂରେ ବୈଜ୍ଞାନିକ ଗବେଷଣା, ଟିକାକରଣ ଏବଂ ଔଷଧ ତଥା ଜେନମ୍ ସିକ୍ୱେନିଂସ ପାଇଁ ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ସମୀକ୍ଷା ବୈଠକରେ ମୋଦି କହିଛନ୍ତି।
ଓମିକ୍ରନ୍ ଭାରିଆଣ୍ଟ ଏବେ ବିଶ୍ୱରେ କାୟ ବିସ୍ତାର କରୁଥିବା ବେଳେ ଏବେ ସାଇପ୍ରସ୍(Cyprus)ରେ କରୋନାର ଆଉ ଏକ ନୂଆ ଭାରିଆଣ୍ଟ(New Variant) ସାମ୍ନାକୁ ଆସିଛି। ଏହାର ନାଁ ‘ଡେଲ୍ଟାକ୍ରନ୍’(Deltacron) ରଖାଯାଇଛି।
ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୭୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୯୫୯ ରହିଛି।
୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୯ ହଜାର ୬୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୈନିକ ପଜିଟିଭିଟି ହାର ୧୦.୨୧%କୁ ବୃଦ୍ଧି ପାଇଛି।