/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651046144.jpg)
PM Modi interacts with chief ministers on emerging COVID-19 situation
କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଲୋଚନା କରିଛନ୍ତି। କିଛି ରାଜ୍ୟରେ କେସ୍ ବଢୁଥିବାରୁ ଆଲର୍ଟ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Advertisment
କରୋନା ସ୍ଥିତି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତୃତୀୟ ଲହର ବେଳେ ଦୈନିକ ୩ ଲକ୍ଷ କେସ୍ ଆମେ ଦେଖିଛୁ। ସେତେବେଳେ ସବୁ ରାଜ୍ୟ ଏହାର ସଫଳତାର ସହ ମୁକାବିଲା କରିଥିଲେ। କରୋନା ବିରୋଧରେ ଲଢ଼େଇ ଲଢ଼ି ଚାଲିବା ଓ ଏଥିପାଇଁ ରାସ୍ତା ବାହାର କରିବା। ଭାରତ ଅତି ଦୃଢ଼ତାର ସହ କରୋନା ବିରୋଧରେ ଲଢ଼େଇ କରିଛି।
କେନ୍ଦ୍ର-ରାଜ୍ୟ ମିଳିତ ଭାବେ ଲଢ଼ିଛନ୍ତି, ଆଗକୁ ଲଢ଼ିବା ଉଚିତ୍। ସାଂପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢ଼ିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)