Advertisment

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା, ଏକାସଙ୍ଗେ ୬୪ ସ୍କୁଲ୍‌ ଛାତ୍ରଙ୍କୁ କରୋନା

ରାୟଗଡ଼ା ଜିଲ୍ଲାରେ ୬୪ ଜଣ ସ୍କୁଲ୍‌ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଚିହ୍ନଟ ଛାତ୍ରଙ୍କ ନିକଟରେ କୌଣସି କୋଭିଡ୍‌ ଲକ୍ଷଣ ନାହିଁ।

author-image
Rajalaxmi Sahoo
undefined

Coronavirus

ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଶହେ ତଳେ ଥିଲେ ବି ରାୟଗଡ଼ା ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ ରାୟଗଡ଼ାରୁ ୬୪ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

Advertisment

ରାୟଗଡ଼ା ଜିଲ୍ଲାରେ ୬୪ ଜଣ ସ୍କୁଲ୍‌ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଚିହ୍ନଟ ଛାତ୍ରଙ୍କ ନିକଟରେ କୌଣସି କୋଭିଡ୍‌ ଲକ୍ଷଣ ନାହିଁ। ଟେଷ୍ଟିଂ ବେଳେ ୬୪ ଜଣ ଛାତ୍ର କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର RRT ଟିମ୍‌ ପକ୍ଷରୁ କୋଟଲାଗୁଡା ସ୍ଥିତ ବ୍ଳକ -୧ ହଷ୍ଟେଲ ରହୁଥିବା ୨୫୭ ଜଣ ପିଲାଙ୍କ RTPCR ଟେଷ୍ଟ କରାଯାଇଥିଲା। ଏଥିରେ ୪୪ ଜଣ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏକାସଙ୍ଗେ ୬୪ ଜଣ ଛାତ୍ର ପଜିଟିଭ୍‌ ଚିହ୍ନଟ ନେଇ ଚିନ୍ତା ବଢ଼ିଛି। ତେଣୁ ଟେଷ୍ଟ ରିପୋର୍ଟ ଠିକ୍‌ ଅଛି କି ନାହିଁ, ତାହା ଜାଣିବା ପାଇଁ ଭୁବନେଶ୍ୱର ସ୍ଥିତ RMRCକୁ ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସମସ୍ତ ୬୪ ଜଣ ସୁସ୍ଥ ଅଛନ୍ତି। ସମସ୍ତଙ୍କୁ ମେଡିକାଲ ସୁପରଭିଜନରେ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ସୂଚନାଥାଉ କି, ଆସନ୍ତା କିଛି ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କାରହିଛି। ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କିଛି ଦିନ ପୂର୍ବେ ଏହି ସୂଚନା ଦେଇଥିଲେ। ରାଜ୍ୟ ସରକାର କୋଭିଡ୍ ପାଇଁ ସବୁ ପ୍ରକାର ପ୍ରକ୍ରିୟାକୁ ଆପଣାଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

COVID19 Coronavirus
Advertisment
Advertisment