Advertisment

ଓଡ଼ିଶାରେ ହଟିଲା ନାଇଟ୍‌ କର୍ଫ୍ୟୁ

ପୁଣି କୋଭିଡ୍‌ କଟକଣା କୋହଳ କଲେ ରାଜ୍ୟ ସରକାର। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Night Curfew Lifted In Odisha

Night Curfew Lifted In Odisha

ପୁଣି କୋଭିଡ୍‌ କଟକଣା କୋହଳ କଲେ ରାଜ୍ୟ ସରକାର। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି। କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁ ଥିବାରୁ କଟକଣା କୋହଳ କରାଯାଇଥିବା ଜଣାପଡ଼ିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍‌ରୁ ୩୯୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୨୭୮ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କର୍ମ ବର୍ଗର ୧୩୧ ଜଣ ଅଛନ୍ତି।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୧୪୫୫ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୬୪୫୭୧ ଜଣ ସୁସ୍ଥ ହୋଇଛନ୍ତି। ଆକ୍ଟିଭ୍‌ କେସ୍‌-୭୮୫୫ ରହିଛି। 

COVID19 Night Curfew Night Curfew In Odisha
Advertisment
Advertisment