• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19

Modi-Naveen
କରୋନା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

new guidelines
ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ; ଖୋଲିଲା ଜିମ୍‌, ପାର୍ଲର

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି।

covid guidelines
୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟା ବି ୬୦ ଉପରେ

ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳକୁ ଖସୁ ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବି ଖସୁନି। ଏହା ଭିତରେ କରୋନା କଟକଣାକୁ କୋହଳ କରାଯାଇଛି। ଫଳରେ ଲୋକଙ୍କ ଅମାନିଆ ଭାବ ବି ବଢି ଯାଇଛି।

Rishabh Pant
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ 

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି।

Indian Player
ଟିମ୍‌ ଇଣ୍ଡିଆରେ ପଶିଲା କରୋନା, ଇଂଲଣ୍ଡ ଗସ୍ତରେ ଥିବା ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସମ୍ପୃକ୍ତ ଖେଳାଳିଙ୍କ ଶରୀରରେ ଏଯାଏ କରୋନାର କୌଣସି ଳକ୍ଷଣ ଦେଖା ଯାଇ ନାହିଁ।

mp-mla
କରୋନା ଆକ୍ରାନ୍ତ ବିଧାୟକ ଦେଲେ ଭୋଟ୍

ଭୋପାଳ: ଗୋଟିଏ ପଟେ କରୋନାଭାଇରସ୍ ଏବଂ ଅନ୍ୟପଟେ ରାଜ୍ୟସଭାର ୨୪ଟି ଆସନ ପାଇଁ ଶୁକ୍ରବାର ଭୋଟିଂ ପ୍ରକ୍ରିୟା ଜାରି ରହିଛି। କିନ୍ତୁ କରୋନାଭାଇରସ୍ ଭଳି ମହାମାରୀ ରୋଗ ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କୁ ଭୋଟ୍ ଦେବାରୁ ରୋକିପାରି ନାହିଁ। କରୋନାରେ ଆକ୍ରାନ୍ତ ଥିବା କଂଗ୍ରେସର ବିଧାୟକ କୁନାଲ୍ ଚୌଧୁରୀ ରାଜ୍ୟସଭା ଭୋଟ୍ ଦେବାକୁ ଭୋପାଳସ୍ଥିତ ବିଧାନସଭାରେ ପହଞ୍ଚିଥିଲେ। କରୋନା ଆକ୍ରାନ୍ତ ଥିବା ବିଧାୟକ କୁନାଲ କରୋନାଙ୍କର ଏବେ ଚିକିତ୍ସା ଚାଲିଛି। ପ୍ରାୟ ୨୦୫ଜଣ ବିଧାୟକ ମତଦାନ ଦେବା ପରେ […]

coronavirus
ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ରୋଗୀ

ଭାରତର ପ୍ରଥମ କରୋନା ରୋଗୀ ପୁଣିଥରେ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି।

Lav Agarwal
‘କରୋନାର ତୃତୀୟ ଲହର ପାଣିପାଗ ପୂର୍ବାନୁମାନ ଭଳି ନୁହେଁ ’

ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍‌କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି।

actress deepika
ଅଭିନେତ୍ରୀ ଦୀପିକା ସିଂଙ୍କ ମା’ଙ୍କୁ କରୋନା; କହିଲେ-କେଜ୍ରିୱାଲ୍‌ ଜୀ, ଦୟାକରି‌ ସାହାଯ୍ୟ କରନ୍ତୁ

ନୂଆଦିଲ୍ଲୀ: ସିରିୟଲ୍‌ ‘ଦିୟା ଔର୍ ବାତି ହମ୍‌’ରେ ଅଭିନୟ କରି ଦର୍ଶକ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ସିଂଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ କରୋନାରେ ଆକ୍ରାନ୍ତ ଥିବା ନେଇ ଗତକାଲି ସେ ଜାଣିବାକୁ ପାଇଥିଲେ। ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଦୀପିକାଙ୍କ ମା’ଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ହେଲେ ସେମାନଙ୍କୁ ରିପୋର୍ଟ ଦିଆଯାଉନଥିବା ଦୀପିକା ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ୍ ପକ୍ଷରୁ ତାଙ୍କ(ଦୀପିକା) ବାପା‌ଙ୍କୁ କେବଳ ରିପୋର୍ଟର ଫଟୋ କ୍ଲିକ୍‌ […]

How to Protect Children From Corona
କରୋନା କବ୍‌ଜାରୁ ପିଲାଙ୍କୁ କେମିତି ବଞ୍ଚାଇବେ ? ଜାଣିରଖନ୍ତୁ ଏଇ ଟିପ୍‌ସ୍‌

କରୋନା ଭୟ ସମସ୍ତଙ୍କୁ ଘାରିଛି। ଆବଶ୍ୟକ ନ ପଡିଲେ ଲୋକେ ଘରୁ ବାହାରୁ ନାହାନ୍ତି। ତେବେ କରୋନା ଲକ୍‌ଡାଉନ ସମୟରେ ଯଦି କିଏ ସବୁଠାରୁ ବେଶି କଷ୍ଟ ପାଉଥାନ୍ତି, ସେମାନେ ହେଉଛନ୍ତି ଛୋଟ ପିଲା। କାରଣ ବାପା-ମା’ କେବେ ବି ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦେବେନି। କେତେ ଘରେ ବସିବେ ? ସ୍କୁଲ, ଟିଉସନ୍ ବନ୍ଦ। ବାହାରେ ଖେଳକୁଦ ମନା। ସାଙ୍ଗମାନଙ୍କ ପାଖକୁ ଯିବାକୁ ବାରଣ । କେମିତି କଟିବ ସେମାନଙ୍କର ଦିନ ? ପିଲାମାନଙ୍କ […]

Lambda variant
ଡେଲ୍‌ଟା ପରେ ଡରେଇଲାଣି ଲେମ୍ବଡା ଭାରିଏଣ୍ଟ 

ମନରୁ ଡେଲ୍‌ଟାର ଭୟ ଛାଡ଼ିନି, ପୁଣି ମାଡ଼ି ଆସିଲାଣି ଲେମ୍ବଡା ଭାରିଏଣ୍ଟ। ଗବେଷକଙ୍କ କହିବା ଅନୁଯାୟୀ ଏହା ଡେଲ୍‌ଟାଠାରୁ ଅଧିକ ସଂକମିତ।

Schools To Reopen
ଜୁଲାଇ ୧୬ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ୍‌

କରୋନା ସଂକ୍ରମଣ କମିବା ପରେ ହରିୟାଣା ସରକାର ରାଜ୍ୟରେ ପ୍ରାଇଭେଟ ଓ ସରକାରୀ ସ୍କୁଲ୍‌ ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ୍‌ ସ୍କୁଲରେ ଅଫ୍‌ଲାଇନ୍‌ କ୍ଲାସ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି। 

vaccination of pregnant women
ଗର୍ଭବତୀଙ୍କୁ ଟିକାକରଣ ପାଇଁ SOP ଜାରି କଲେ ରାଜ୍ୟ ସରକାର

ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି।

mask
ଅକ୍ଟୋବର-ନଭେମ୍ବରରେ ରାଜ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ତୃତୀୟ ଲହର ଆସିପାରେ। ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Mask
 ରାଜ୍ୟରେ ଚିହ୍ନଟ ହେଲେ ୨,୫୪୨ ନୂଆ କରୋନା ସଂକ୍ରମିତ; ୫୭ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି।

orona vaccination center
ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଠେଲା ପେଲା ସାଙ୍ଗକୁ ହେଉଛି ପାଟିତୁଣ୍ଡ

ଟିକା ମିଳିଗଲା ତ ଭଲ କଥା, ନହେଲେ ଆାଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ରହିଛି। ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ,ହୋ ହାଲ୍ଲା ବି ହୋଇଛି। ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନଲାଇନ୍‌ ସହ ଅନ୍ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବାପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।

Lav Agarwal On Corona
ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌

କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ

ଚିନ୍ତା ବଢ଼ାଉଛି ଡେଲଟା ଭାଇରସ୍‌
୮୫ ଦେଶକୁ ବ୍ୟାପିଲା ଡେଲଟା ଭାରିଏଣ୍ଟ୍

କରୋନାର ଦ୍ୱିତୀୟ ଲହରୀ ସାମାନ୍ୟା ଥମିଥିବା ବେଳେ ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । କରୋନାର ଡେଲଟା ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି