Advertisment

ଦେଶରେ ୩୩୭୭ ନୂଆ ମାମଲା ଚିହ୍ନଟ

କଣ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

author-image
Chandan Shishu
undefined

Masks mandatory in Delhi

ଦେଶରେ ଆଜି ବି ୩ ହଜାର ପାର୍ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୩୭୭ ନୂଆ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ବଢୁଥିବାରୁ ପୁଣି ଥରେ ଚିନ୍ତା ବଢିଛି। ସେହିପରି ୨୪ ଘଣ୍ଟାରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ସଂକ୍ରମଣକୁ ମିଶାଇ ଦେଶରେ ଆକ୍ଟିଭ୍ କେସ୍ ୧୭ ହଜାର ପାର୍ କରିଛି।

Advertisment

ଏବେ ଆକ୍ଟିଭ୍ କେସ୍ ରହିଛି ୧୭ ହଜାର ୮୦୧। ତେବେ ୨୪ ଘଣ୍ଟାରେ କରୋନାରୁ ୨ ହଜାର ୪୯୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ମଧ୍ୟ ଦେଶରେ ୩ ହଜାର ଟପିଥିଲା ଦୈନିକ ସଂକ୍ରମଣ।

କୋଭିଡ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ଏବେ ଆମେ ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଯାଉଛେ। ଏ ଭାଇରସ କୁଆଡ଼େ ଯିବନି ବରଂ ତାର ରୋଗ କରିବାର କ୍ଷମତା କମିଯିବ। ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ଅସୁବିଧା ହେବନି। କେନ୍ଦ୍ର ନିୟମ ଅନୁସାରେ ଯେଉଁଠି କେସ୍ ବଢ଼ିବ, ସେଠି ପଦକ୍ଷେପ ନିଆଯିବ। ରାଜ୍ୟରେ ୫/୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି, ସକ୍ରିୟ ଶହେ ତଳେ ରହିଛି।

Advertisment

ସେ ଆହୁରି କହିଛନ୍ତି ଯେ ଏବେଠୁ ଆତଙ୍କିତ ହେବାର ନାହିଁ, ତୁରନ୍ତ ବନ୍ଦୋବସ୍ତ ହୋଇପାରିବ। ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ସେମାନେ କଣ୍ଟିଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ନିୟମ ପାଳିବାକୁ ଲୋକଙ୍କୁ ପରାମର୍ଶ। 

COVID19 Corona Update
Advertisment
Advertisment