/odishatv-khabar/media/post_attachments/uploadimage/library/16_9/16_9_0/Covid19_1644402968.jpg)
Covid19
ଓମିକ୍ରନ୍ କରୋନାର ଶେଷ ଭ୍ୟାରିଆଣ୍ଟ୍ ନୁହେଁ ବୋଲି ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଓମିକ୍ରନ୍ ପରବର୍ତ୍ତୀ ଭ୍ୟାରିଆଣ୍ଟ୍ ଆହୁରି ଅଧିକ ସଂକ୍ରାମକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- WHO ସୂଚନା ଦେଇଛି । ସଂଗଠନର କୋଭିଡ୍ ବୈଷୟିକ ମୁଖ୍ୟ ମାରିଆ ଭାନ୍ କେର୍ଖୋଭ୍ କହିଛନ୍ତି ଯେ, ଯଦି କରୋନାର ଯେଉଁ ନୂଆ ଭ୍ୟାରିଆଣ୍ଟ୍ ଆସିବ, ତାହା ବର୍ତ୍ତମାନର ଭ୍ୟାରିଆଣ୍ଟକୁ ଅକ୍ତିଆର କରି ଆଗକୁ ବଢ଼ିବ । ତେଣୁ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି ।
ତେବେ ଏହା ଅଧିକ ମାରାତ୍ମକ ହେବ କି ନାହିଁ, ତାହା ଏବେ ବି ପ୍ରଶ୍ନବାଚୀ ରହିଛି । କେବଳ ଏତିକି ନୁହେଁ, ଭବିଷ୍ୟତରେ ଆସିବାକୁ ଥିବା କରୋନା ଭ୍ୟାରିଆଣ୍ଟ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଆହୁରି ଅଧିକ ପ୍ରଭାବହୀନ ହୋଇପାରେ । ଏପରିକି ବର୍ତ୍ତମାନ ପ୍ରଚଳିତ ଟିକା ମଧ୍ୟ କମ୍ ପ୍ରଭାବୀ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି WHOର କୋଭିଡ୍ ବୈଷୟିକ ମୁଖ୍ୟ ମାରିଆ ଭାନ୍ କେର୍ଖୋଭ୍ । କରୋନା ଭୂତାଣୁ ଶ୍ୱାସ ତନ୍ତ୍ର ସଂପର୍କିତ ପାଥୋଜେନ୍ ହୋଇଥିବାରୁ ଆଗକୁ ଋତୁ ଅନୁଯାୟୀ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସେ ଆଶଙ୍କା କରିଛନ୍ତି ।
ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୪ ଜଣ ରହିଛନ୍ତି । ଅନୁଗୁଳରୁ ୨, ଢେଙ୍କାନାଳ, ଜଗତସିଂହପୁର ଓ ବଲାଙ୍ଗିରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । କନ୍ଧମାଳ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୭ଶହ ୯୭କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଆଜି ମୋଟ ୧୭୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶ କଥା ଦେଖିଲେ, ଭାରତରେ ଗତ ୨୪ ଘଣ୍ଟାରେ ୧୨୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୫ ହଜାର ୨୭୯ରେ ପହଞ୍ଚିଛି । ଭାରତରେ ଦିନକରେ ୭୧ ହଜାର ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଦେଶରେ ଦୈନିକ ପଜିଟିଭିଟି ହାର ୪.୫୪ ପ୍ରତିଶତକୁ କମିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)