ସଂଶୋଧିତ ଗାଇଡଲାଇନ୍ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ ।
ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦେଶରେ ଦିନକରେ ୩୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଗତକାଲି ରାଜ୍ୟରେ ଉପରମୁହାଁ ରହିଥିଲା କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନଥିଲା। ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କରୋନାର ଉପରମୁହାଁ ଦୈନିକ ସଂକ୍ରମଣ ଭିତରେ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା।
ଗତକାଲିଠାରୁ ଆଜି ଦେଶରେ ୨ ହଜାର ୩୬୯ ଜଣ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି।
ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନି। ସଂକ୍ରମଣ ସଂଖ୍ୟା ୧୧ ହଜାର ଟପିଲାଣି । ଆଜି ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଆଡ଼କୁ ମୁହାଁଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଉଦ୍ବେଗଜନକ ରହିଛି। ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି।
ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବେ। ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୧କୁ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି।
କିଛି ଲୋକେ ଭ୍ୟାକ୍ସିନ୍ ନନେବା ଲାଗି ‘ମାରାତ୍ମକ କୌଶଳ’ ଆପଣାଇବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଜାଣିଶୁଣି କରୋନା ପଜିଟିଭ୍ ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ସହ ଡିନର୍ ଓ ୱାଇନ୍ ପାର୍ଟି କରୁଛନ୍ତି।
ଦେଶରେ ଆକ୍ଟିଭ କେଶ୍ ୧୨ ଲକ୍ଷ ୭୨ ହଜାର ୭୩ ରହିଛି। ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ଥିବା ଜଣାପଡ଼ିଛି।
ଗତବର୍ଷ କୁମ୍ଭମେଳା ଭଳି କରୋନାର ହଟ୍ସ୍ପଟ୍ ପାଲଟିବ କି ଗଙ୍ଗାସାଗର ମେଳା ? କରୋନା ସଂକ୍ରମଣ କାଳରେ ଗତବର୍ଷ କୁମ୍ଭମେଳା ଯେଭଳି ବିପଦ ଆଣିଥିଲା ଗଙ୍ଗାସାଗର ମେଳା ଆଉ ବିପଦ ଆଣିବ ନାହିଁ ତ ?
ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ଅନ୍ୟମାନଙ୍କୁ ପ୍ରବେଶ ଉପରେ କଟକଣା ଲାଗିବ।
ସମସ୍ତେ କୁହନ୍ତି ମାସ୍କ ପିନ୍ଧିବା ଦ୍ୱାରା ଓ ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣ ଚେନ୍କୁ କିଛି ମାତ୍ରାରେ ବ୍ରେକ୍ ଦେଇ ହେବ । ହେଲେ ଏବେ ଯେଉଁଭଳି ପରିସ୍ଥିତି ସାମ୍ନାକୁ ଆସିଛି, ସେଥିରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।
ଟିକାକୁ ନେଇ କୌଣସି ଭ୍ରମକୁ ଆମେ ପ୍ରଶ୍ରୟ ଦେବା ନାହିଁ। କରୋନା ବିରୋଧରେ ଲଢ଼େଇ ନେଇ ଆମର ୨ ବର୍ଷର ଅଭିଜ୍ଞତା ଅଛି।
ଗତ ସପ୍ତାହ ତୁଳନାରେ ୧୦ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଶିମଲାରେ ସମ୍ପୂର୍ଣ୍ଣ ଥମି ଯାଇଥିବା କରୋନା ମାମଲା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି ।
ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ କରୋନା ସଂକ୍ରମଣ। ପିକ୍ ଛୁଇଁଲା ବେଳେ ଦୈନିକ ୩୦ ହଜାରରୁ ଅଧିକ ରହିବ ସଂକ୍ରମଣ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।
ଆସନ୍ତାକାଲି ମକର ସଂକ୍ରାନ୍ତି । ରାଜ୍ୟର ପ୍ରାୟ ଧର୍ମାନୁଷ୍ଠାନ ଗୁଡିକୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ବନ୍ଦ ରଖାଯାଇଛି । ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍ କରିଛି। BMC କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।