/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653211760.jpg)
Over 13,000 Covid-Negative People Forcibly Sent To Quarantine
କରୋନା ଭାଇରସ୍ର ମୁକାବିଲା ପାଇଁ ଚୀନର ରାଜଧାନୀ ବେଜିଂରେ ସାଂଘାଇ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ବେଜିଂରେ ନୂଆ କରୋନା କେସ୍ ସାମ୍ନାକୁ ଆସିବା ପରେ ହଜାର ହଜାର ସଂଖ୍ୟକ ଲୋକଙ୍କୁ ଜୋର ଜବରଦସ୍ତ ହୋଟେଲ୍ରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଯାଇଛି। ମହାମାରୀ ଆରମ୍ଭ ହେବା ପରଠୁ ବେଜିଂ ସବୁଠାରୁ ଭୟଙ୍କର ବିପର୍ଯ୍ୟୟର ମୁକାବିଲା କରୁଛି। ଏପ୍ରିଲ୍ ଶେଷ ସୁଦ୍ଧା ୧୩,୦୦୦ରୁ ଅଧିକ ଓମିକ୍ରନ୍ ଭାରିଆଣ୍ଟ୍ର କେସ୍ ସାମ୍ନାକୁ ଆସିଥିଲା। ଏହାପରେ ସହରର ରେଷ୍ଟୁରାଣ୍ଟ୍, ସ୍କୁଲ୍ ଓ ପର୍ଯ୍ୟଟନ ସ୍ଥାନ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ସରକାରୀ ନୋଟିସ୍ ଅନୁସାରେ, ଦକ୍ଷିଣ-ପୂର୍ବ ବେଜିଂର Nanxinyuan ଆବାସିକ ଅଞ୍ଚଳରେ ୧୩,୦୦୦ରୁ ଅଧିକ ଲୋକଙ୍କୁ ଶୁକ୍ରବାର ରାତିରେ ହୋଟେଲ୍ରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ନିକଟରେ ୨୬ ନୂଆ କରୋନା କେସ୍ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ଚାଓୟାଙ୍ଗ ଜିଲ୍ଲା ଅଧିକାରୀ କହିଛନ୍ତି, ଏକ୍ସପର୍ଟଙ୍କ କହିବା ଅନୁସାରେ Nanxinyuanର ସମସ୍ତ ଲୋକଙ୍କୁ ମେ’ ୨୧ ତାରିଖ ମଧ୍ୟରାତ୍ରରୁ ୭ ଦିନ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଥିବା କ୍ୱାରେଣ୍ଟିନ୍ରେ ରଖାଯିବ। ଏଥିପାଇଁ ପ୍ରଶାସନକୁ ସହଯୋଗ କରିବା ଲାଗି ଲୋକମାନଙ୍କୁ ଅନୁରୋଧ କରାଯାଇଛି।’ ସେଠାକାର ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ‘ଏପ୍ରିଲ ୨୩ରୁ ୨୮ ଦିନ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ବନ୍ଦ କରି ରଖାଯାଇଛି। ଆମ ସମସ୍ତଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ସତ୍ତ୍ୱେ ଆମ୍ଭମାନଙ୍କୁ ବନ୍ଦ କରି ରଖାଯାଇଛି।’
ଏପରିକି ଲୋକମାନଙ୍କୁ ସେମାନଙ୍କ ଖାଦ୍ୟ ଓ କପଡ଼ା ଫିଙ୍ଗି ଦେବା ଲାଗି ମଧ୍ୟ କୁହାଯାଇଥିଲା। ଏହାପରେ ସେମାନଙ୍କ ଘରକୁ ସାନିଟାଇଜ୍ କରାଯାଇଥିଲା। ସୂଚନାଥାଉ କି, ଗତ ମାସରେ ହଜାର ହଜାର ସଂଖ୍ୟକ କୋଭିଡ ନେଗେଟିଭ ରିପୋର୍ଟ ଆସିଥିବା ସାଂଘାଇ ବାସିନ୍ଦାଙ୍କୁ ଶହ ଶହ କିଲୋମିଟର ଦୂରରେ ଥିବା ଅସ୍ଥାୟୀ କ୍ୱାରେଣ୍ଟିନକୁ ପଠାଯାଇଥିଲା |
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)