Advertisment

କେବେ କମିବ କରୋନାର ପ୍ରକୋପ ? ଉତ୍ତର ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

କେବେ ହ୍ରାସ ପାଇବ ମହାମାରୀ କରୋନାର ପ୍ରକୋପ ?  କେବେ କମିବ କରୋନାର କଠିନ ପରିସ୍ଥିତି ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡସ୍ ଆଧନମ୍ ଏହାର ଉତ୍ତର ରଖିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Coronavirus

Coronavirus

କେବେ ହ୍ରାସ ପାଇବ ମହାମାରୀ କରୋନାର ପ୍ରକୋପ ?  କେବେ କମିବ କରୋନାର କଠିନ ପରିସ୍ଥିତି ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡସ୍ ଆଧନମ୍ ଏହାର ଉତ୍ତର ରଖିଛନ୍ତି। ତାଙ୍କ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ଅର୍ଥାତ୍ ପ୍ରାୟ ଜୁନ୍, ଜୁଲାଇ ବେଳକୁ କରୋନାର କଠିନ ପରିସ୍ଥିତି ଶେଷ ହୋଇଯିବ।  

Advertisment

ଯଦି ବିଶ୍ୱର ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇପାରିବ ତେବେ କରୋନାର ପ୍ରକୋପ ହ୍ରାସ ପାଇବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି। ସେ କହିଛନ୍ତି, କରୋନାକୁ ନିୟନ୍ତ୍ରଣ କରିବା ଆମ ହାତରେ ଅଛି। ଏଥିପାଇଁ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ। ଏଥିସହ ସେ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି।  

ଆଫ୍ରିକା ମହାଦେଶରେ ମାତ୍ର ୧୧% ଟିକାକରଣ ହୋଇଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶ୍ୱରେ ୭୦% କରୋନା ଟିକାକରଣ ଟାର୍ଗେଟ ହାସଲ ପାଇଁ ଆଫ୍ରିକାରେ ଆଉ ପ୍ରାୟ ୬ ଗୁଣା ଅଧିକା ଟିକା ଦେବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।  

Advertisment
COVID19 World Health Organisation Coronavirus
Advertisment
Advertisment