Advertisment

୧୫ରୁ ୧୮ ବର୍ଷ ବୟସର ପିଲାଙ୍କ କରୋନା ଟିକାକରଣ ଆରମ୍ଭ

୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ପ୍ରସ୍ତୁତି ବୈଠକ ହୋଇଛି। ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା ଟିକା ନେଇପାରିବେ।

author-image
Chandan Shishu
ଅଦ୍ୟତନ ହୋଇଛି
covid vaccination

covid vaccination

ଭୁବନେଶ୍ୱର: ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକାକରଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ପଞ୍ଜିକରଣ କରିଥିବା କିଶୋରମାନଙ୍କୁ ଟିକା ଦିଆଯାଉଛି। ଏଥିପାଇଁ ରାଜ୍ୟରେ ୯୩୯ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ସମସ୍ତ ଟିକାଦାନ କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯାଉଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

Advertisment

୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା ଟିକା ନେଇପାରିବେ। ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଭର୍ଚୁଆଲ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ପ୍ରସ୍ତୁତି ବୈଠକ ହୋଇଛି। ତେବେ ପରୀକ୍ଷା ଥିବାରୁ ବିଳମ୍ବରେ ଟିକା ନେବେ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ। ଜାନୁଆରୀ ୮ ପରେ ଦଶମ, ୧୧ ପରେ ଦ୍ୱାଦଶ ପିଲାଙ୍କୁ ଟିକା ଦିଆଯିବ।

ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ ସହ ସ୍ଲଟ୍ ବୁକିଂ ଆରମ୍ଭ କରୁଛନ୍ତି କିଶୋର କିଶୋରୀ। ମାସକ ଭିତରେ କିଶୋରଙ୍କ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ସେପଟେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୬, ଲୋକାଲ୍ କେସ୍ ୧୭୮ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦କୁ ବୃଦ୍ଧି ପାଇଛି।

COVID Vaccine Omicron Variant
Advertisment
Advertisment