/odishatv-khabar/media/post_attachments/uploadimage/library/16_9/16_9_0/KIIT_1744889768.jpg)
KIIT
କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ହୋଇପାରେ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ। ନିକଟରେ ଲୋକସଭାରେ ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏହି ସୂଚନା ଦେଇଛନ୍ତି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଓଡ଼ିଶା ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଗତ ଫେବ୍ରୁଆରୀ ୧୬ରେ କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ କରୁଥିବା ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ପରେ ପରେ ଏହାକୁ ନେଇ କ୍ୟାମ୍ପସରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପ୍ରତି କର୍ତ୍ତୃପକ୍ଷଙ୍କ ଅମାନବୀୟ ଆଚରଣ, ବାଉନ୍ସର ଓ ସିକ୍ୟୁରିଟି ଗାର୍ଡ ଲଗାଇ ମାଡ଼ ମରାଯିବା, ହଷ୍ଟେଲ୍ ଭିତରେ ଦେଶ ନାଁ ନେଇ ନେପାଳୀ ଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରାଯାଇଥିଲା । କେବଳ ନେପାଳୀ ପିଲାଙ୍କ ପାଇଁ ସାଇନ୍-ଏ-ଡାଏ ଘୋଷଣା କରି ସେମାନଙ୍କୁ ଜୋର ଜବରଦସ୍ତ କଟକ ନେଇ ରେଳଷ୍ଟେସନରେ ଛାଡ଼ି ଦିଆଯିବା ଭଳି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।
ଅଧିକ ପଢ଼ନ୍ତୁ: ପାଠ ପଢିବାକୁ ଆସି କାହିଁକି ଜୀବନ ହାରୁଛନ୍ତି କିଟ୍ ଛାତ୍ରଛାତ୍ରୀ ?
ଏହା ଓଡ଼ିଶାର ଛବିକୁ ବିଶ୍ବଦରବାରରେ ମଳିନ କରିଥିଲା। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ କମିଟି ଏହି ମାମଲାରେ କିଟର ପ୍ରତିଷ୍ଠାତା ସଂପାଦକ ଅଚ୍ୟୁତ ସାମନ୍ତଙ୍କ ସମେତ କିଟର ବହୁ ଅଧିକାରୀଙ୍କୁ ପଚାରାଉଚରା କରିଥିଲା। କିନ୍ତୁ ଏଯାଏଁ କମିଟି ରାଜ୍ୟ ସରକାରଙ୍କୁ କି ରିପୋର୍ଟ ଦେଲା, କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ମାମଲାର ତଦନ୍ତ କରୁଥିବା ଜାତୀୟ ମାନବାଧିକାର କମିଶନ୍ ମଧ୍ୟ ନିଜ ରିପୋର୍ଟରେ ଘଟଣା ପାଇଁ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। କିଟ୍ ମ୍ୟାନେଜମେଣ୍ଟର ଚରମ ଅବହେଳାରୁ ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିବା ଏବଂ ଏହା ପରବର୍ତ୍ତୀ କାଣ୍ଡ ପାଇଁ ମଧ୍ୟ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଏନ୍ଏଚ୍ଆରସି, ରାଜ୍ୟ ମୁଖ୍ୟ ଶାସନସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ପୋଲିସ କମିଶନର, ନାକ୍ ଓ ୟୁଜିସିଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ।...
ଅଧିକ ପଢ଼ନ୍ତୁ: କିଟ୍ ଛାତ୍ର ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ; କର୍ତ୍ତୃପକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ବାପା
ଜାତୀୟ ମାନବାଧିକାର କମିଶନ ଛାତ୍ରୀ ଆତ୍ମହତ୍ୟା ଏବଂ ଏହା ପରବର୍ତ୍ତୀ କାଣ୍ଡ ପାଇଁ କିଟ୍ ମ୍ୟାନେଜମେଣ୍ଟକୁ ଖାଲି ଦାୟୀ କରିନଥିଲେ ବରଂ ମୁଖ୍ୟସଚିବ, ନାକ୍ ଓ ୟୁଜିସିଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ। ଆଉ କମିଶନଙ୍କ ଏଭଳି ଆଦେଶନାମା ପରେ ଆଇନମନ୍ତ୍ରୀ ବି କହିଥିଲେ ନିର୍ଦ୍ଦେଶ ଆଧାରରେ ଯାହା ପଦକ୍ଷେପ ନିଆଯିବା କଥା ନିଆଯିବ।
ସରଜମିନ୍ ତଦନ୍ତ ପରେ ନିଜ ଆଦେଶନାମାରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସିଧାସଳଖ କିଟ୍ ମ୍ୟାନେଜମେଣ୍ଟକୁ ଦାୟୀ କରିଥିଲେ ଏନଏଚଆରସି। ପୀଡ଼ିତା ଛାତ୍ରୀଙ୍କୁ ଆତ୍ମହତ୍ୟା ଲାଗି କିଟ୍ କର୍ତ୍ତୃପକ୍ଷଙ୍କ ସାଂଘାତିକ ଅବହେଳାକୁ ଦାୟୀ କରାଯାଇଛି। ଏଥିରେ କୁହାଯାଇଛି କିଟର ଆନ୍ତର୍ଜାତିକ ସମ୍ପର୍କ ଅଧିକାରୀ ବା ଆଇଆରଓ, ଶୃଙ୍ଖଳାଗତ କମିଟି, କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅଣଦେଖା କାରଣରୁ ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଥିଲେ। କେବଳ ସେତିକି ନୁହେଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଟର ମୁଖା ବି ଖୋଲି ଦେଇଥିଲେ ଏନ୍ଏଚ୍ଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ। କମିଶନଙ୍କ ତଦନ୍ତରୁ ଜଣାପଡ଼ିଥିଲା ଯେ, ଆତ୍ମହତ୍ୟାର 11 ମାସ ପୂର୍ବରୁ ପୀଡ଼ିତା ଛାତ୍ରୀ ଜଣଙ୍କ ଅଭିଯୁକ୍ତ ଅଦ୍ବିକ ଶ୍ରୀବାସ୍ତବ ବିରୋଧରେ କିଟ୍ ମ୍ୟାନେଜମେଣ୍ଟ ପାଖରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଜଣେ ଛାତ୍ର ତାଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକମେଲିଂ କରୁଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ। କିଟ୍ ମ୍ୟାନେଜମେଣ୍ଟ ଏହି ଅଭିଯୋଗର ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ଥିବା ବି ଜାଣିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)