• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ। କାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ୪ ଲକ୍ଷ ୧୬ ହଜାର ଟିକାକରଣ ହୋଇଛି। ଟିକାକରଣ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୮୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି। ପ୍ରଥମ ଡୋଜ୍ ନେଇଛନ୍ତି ୬୬%, ଦ୍ୱିତୀୟ ଡୋଜ୍ ନେଇଛନ୍ତି ୭୨ ପ୍ରତିଶତ।

ଏବେ ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଥିଲା

ସେପଟେ ଆଜି ରାଜ୍ୟରେ ଦିନକରେ ୪୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୬୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୪ ରହିଛି।

ଖୋର୍ଦ୍ଧାରୁ ସର୍ବାଧିକ ୨୦୧ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୨୧୬କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୧୪୬କୁ ବୃଦ୍ଧି ପାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now