• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାସକୁ ପ୍ରାୟ ୧ କୋଟି ଡୋଜ୍ ଯୋଗାଇଦେବା ଲାଗି କଂପାନିର ଲକ୍ଷ୍ୟ

  • ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କ ନେଇପାରିବେ ଟିକା

  • ଜରୁରୀକାଳୀନ ବ୍ୟବହାର ଲାଗି ପୂର୍ବରୁ ଅନୁମତି ଦେଇସାରିଛି DCGI

ନୂଆଦିଲ୍ଲୀ : କରୋନା ଭାଇରସର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଖୁବ ଶୀଘ୍ର ଦେଶକୁ ଆଉ ଏକ ଟିକା ମିଳିବା ସ୍ପଷ୍ଟ । ଅକ୍ଟୋବର ମାସରେ କୋଭିଡର ତୃତୀୟ ଲହରୀ ଶିଖରରେ ରହିବ ବୋଲି ଆକଳନ କରାଯାଉଛି । ଦେଶରେ ଦୈନିକ କରୋନା ମାମଲାରେ ଯେପରି ଉତଥାନ-ପତନ ଦେଖିବାକୁ ମିଳୁଛି, କିଛି କହି ହେବନାହିଁ । ତେବେ ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ଅଭିଯାନକୁ ଜୋରସୋରରେ ଚଳାଇଛନ୍ତି । ଆସନ୍ତା ଅକ୍ଟୋବର ମାସରେ ଆସିପାରେ ଜାଇଡସ୍ କାଡିଲାର ନିଡିଲ ଫ୍ରି ଭ୍ୟାକ୍ସିନ୍ ଜାଇକୋଭ୍-ଡି ।

ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ମାସରେ ଏହି ଟିକା ବଜାର ପ୍ରବେଶ କରିବାର ସମ୍ଭାବନା ରହିଛି । ମାସକୁ ପ୍ରାୟ ୧ କୋଟି ଡୋଜ୍ ଯୋଗାଇଦେବା ଲାଗି କଂପାନି ଲକ୍ଷ୍ୟ ରଖିଛି । ପୂର୍ବରୁ ଗତ ଅଗଷ୍ଟ ୨୦ ତାରିଖରେ ଭାରତରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇସାରିଛି ଡିସିଜିଆ । ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା । ଏହି ଟିକାର ରହିଛି ତିନିଟି ଡୋଜ୍ । ଲକ୍ଷଣ ଥିବା କରୋନା ରୋଗ କ୍ଷେତ୍ରରେ ଏହା ୬୬.୬ ପ୍ରତିଶତ ଫଳପ୍ରଦ ଏବଂ ମଧ୍ୟମ ଧରଣର ରୋଗ କ୍ଷେତ୍ରରେ ଏହା ୧୦୦ ପ୍ରତିଶତ ଫଳପ୍ରଦ ବୋଲି ଜାଇଡସ୍ କାଡିଲା ପକ୍ଷରୁ ଦାବି କରାଯାଇଛି ।

ଜାଇକୋଭ୍-ଡି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଦ୍ୱିତୀୟ ଏବଂ ଏହା ଛୁଞ୍ଚିହୀନ ଟିକା । ଏହାକୁ ମଧ୍ୟ ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଟିକାକୁ ବିକଶିତ କରାଯାଇଛି । ବୈଜ୍ଞାନିକଙ୍କ କହିବା ଅନୁସାରେ କରୋନାର ତୃତୀୟ ଲହରୀ ପିଲାମାନଙ୍କ ପାଇଁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି, ଏଭଳି ପରିସ୍ଥିତିରେ ଏହି ଟିକା ଦେଶର ସବୁଠୁ ବଡ ଚିନ୍ତା ଦୂର କରିପାରେ ବୋଲି ଆଶା କରାଯାଉଛି । ଜଇକୋଭ-ଡି ଟିକା ୧୨-୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପ୍ରଭାବଶାଳୀ ହେବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଦେଶରେ ପୂର୍ବରୁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍‌ଡ, ଭାରତ ବାୟୋଟେକ୍‌ର କୋଭାକ୍ସିନ, ରୁଷିଆର ସ୍ପୁଟନିକ୍‌-ଭି ଏବଂ ଆମେରିକାର ମଡର୍ଣ୍ଣା କମ୍ପାନି ର୍ନିମିତ ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି ।