Advertisment

Police not bound to protect runaway couples: ଲୁଚିକି ବାହା ହେଇଥିବା ସମସ୍ତଙ୍କୁ ସୁରକ୍ଷା ଦେବାକୁ ପୋଲିସ ବାଧ୍ୟ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି

ପିତାମାତାଙ୍କ ଇଚ୍ଛା ବିରୋଧରେ ଲୁଚିକି ବିବାହ କରିଥିବା ସମସ୍ତଙ୍କୁ ସୁରକ୍ଷା ଦେବାକୁ ପୋଲିସ ବାଧ୍ୟ ନୁହେଁ। ଗୁରୁବାର ଏଭଳି ନିଷ୍ପତ୍ତି ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ପିତା ମାତାଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବା ଦମ୍ପତିଙ୍କ ପାଇଁ ପୋଲିସ ସୁରକ୍ଷାକୁ ଅଧିକାର ଭାବେ ବିବେଚନା କରାଯିବ ନାହିଁ।

author-image
Saroj Kumar Jena
ଅଦ୍ୟତନ ହୋଇଛି
court

court

ପିତାମାତାଙ୍କ ଇଚ୍ଛା ବିରୋଧରେ ଲୁଚିକି ବିବାହ କରିଥିବା ସମସ୍ତଙ୍କୁ ସୁରକ୍ଷା ଦେବାକୁ ପୋଲିସ ବାଧ୍ୟ ନୁହେଁ। ଗୁରୁବାର ଏଭଳି ନିଷ୍ପତ୍ତି ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ପିତା ମାତାଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବା ଦମ୍ପତିଙ୍କ ପାଇଁ ପୋଲିସ ସୁରକ୍ଷାକୁ ଅଧିକାର ଭାବେ ବିବେଚନା କରାଯିବ ନାହିଁ। ଯଦି ବାସ୍ତବରେ ବିପଦ ଥିବ ତେବେ ଯାଇ ସୁରକ୍ଷା ପ୍ରଦାନ କରାଯିବ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।

Advertisment

ପିତା ମାତାଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବା ଜନୈକ ଦମ୍ପତିଙ୍କ ପକ୍ଷରୁ ଆଗତ ଯାଚିକା ଉପରେ ଶୁଣାଣି କରି କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତି ସୁରକ୍ଷା ଦାବି କରି ଯାଚିକା ଦାୟର କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯଦି କେହି ବାସ୍ତବରେ କାହାକୁ ସୁରକ୍ଷା ଆବଶ୍ୟକ, ତେବେ କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ତେବେ ଯଦି କୌଣସି ଭୟ ନଥାଏ ତେବେ ଦମ୍ପତି ପରସ୍ପରକୁ ସହଯୋଗ କରି ସମାଜକୁ ସାମ୍ନା କରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଆମେ ହୋଟେଲରେ ବସିବୁ, କେହି ନାଲିଆଖି ଦେଖାଇ ପାରିବେନି, କହିଲେ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ

Advertisment

ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସୌରଭ ଶ୍ରୀବାସ୍ତବ ରିଟ ପିଟିସନର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ଶ୍ରେୟା କେଶରୱାନି ଓ ତାଙ୍କ ସ୍ବାମୀଙ୍କ ପକ୍ଷରୁ ଆଗତ ଯାଚିକାର ବିଚାର ସମୟରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହା ସହିତ ଜଷ୍ଟିସ ସୌରଭ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ହୋଇଥିବା ଲତା ସିଂ ବନାମ ଷ୍ଟେଟ ଅଫ ୟୁପି ମାମଲାର ଉଦାହରଣ ଦେଇଥିଲେ।

ଏହି ଦମ୍ପତିଙ୍କୁ କାହା ନିକଟରୁ ବିପଦ ନ ଥିବାରୁ ସୁରକ୍ଷା ଦେବାକୁ କୋର୍ଟ ମନା କରିଛନ୍ତି। ଏହା ସହିତ ଉଭୟ କୌଣସି ପ୍ରକାରର ଅଭିଯୋଗ କରିନାହାନ୍ତି। କାହା ନିକଟରୁ ବିପଦ ଥିବା ନେଇ ବ୍ୟକ୍ତିଗତ ଅଭିଯୋଗ ମଧ୍ୟ କରି ନ ଥିବାରୁ କୋର୍ଟ ସୁରକ୍ଷା ଦେବାକୁ ମନା କରିଛନ୍ତି।

ଏହା ସହିତ ଚିତ୍ରକୂଟର ଏସପିଙ୍କୁ ମାମଲାର ତଦନ୍ତ କରିବା ସହ ଉଭୟଙ୍କ ଜୀବନ ପ୍ରତି ବିପଦ ଥିଲେ ସୁରକ୍ଷା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତି ଉପୁଜିଲେ ପୋଲିସ ଓ କୋର୍ଟ ହସ୍ତକ୍ଷେପ କରିବେ ବୋଲି ଆଶ୍ବାସନା ଦେଇଛନ୍ତି। ଏପ୍ରିଲ ୪ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା।

ଅଧିକ ପଢ଼ନ୍ତୁ: ଜେଲ୍‌ରେ ଥିବା ଭାଇକୁ ମୁକୁଳାଇବାକୁ ଲୁଟ୍ କଲା, ହତ୍ୟାକାରୀ ବି ସାଜିଲା

Allahabad High Court
Advertisment
Advertisment