/odishatv-khabar/media/post_attachments/uploadimage/library/16_9/16_9_0/Vaccine_1673869264.jpg)
Vaccine
ଆସନ୍ତା ୧୯ରୁ ରାଜ୍ୟରେ ପୁଣି କୋଭିଡ୍ ଟିକା କରଣ ଅଭିଯାନ । ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦିଆଯିବ କୋଭିଡ ଟିକା । ଦ୍ୱିତୀୟ ଏବଂ ପ୍ରିକସନ୍ ଡୋଜ୍ ନେଇନଥିବା ବ୍ୟକ୍ତି ନେଇପାରିବେ ଟିକା । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କେବଳ କୋଭିସିଲ୍ଡ ଉପଲବ୍ଧ ହେବ । ଟୁଇଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ।
କିଛି ଦିନ ପୂର୍ବରୂ କରୋନାର ଆଉ ଏକ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଥିଲେ । ରାଜ୍ୟ ତଥା ଦେଶରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ୩ୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର ବୋଲି କହିଥିଲେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ସେ କହିଥିଲେ ଚୀନରେ ଏବେ କରୋନା ତାଣ୍ଡବ ରଚିଥିବା ବେଳେ ପିକରେ ପହଞ୍ଚିନି । ଜାନୁଆରୀ ଦ୍ୱିତୀୟ ସପ୍ତାହରେ ସେଠି ପିକରେ ପହଞ୍ଚିପାରେ ମହାମାରୀ । ଏହାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଭାରତରେ ବି କରୋନାର ଚତୁର୍ଥ ଲହର ଆସିପାରେ । ହେଲେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ଭାରତ ।
ରାଜ୍ୟରେ ବି କରୋନାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି । ବିଶେଷ ଭାବେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଚୀନ, ଜାପାନ ସମେତ କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରହିଛି ।
ଅଧିକ ପଢ଼ନ୍ତୁ: କୋଭିଡ୍ କୋପରେ କମ୍ପୁଛି ଚୀନ୍ : ହାତ ଟେକିଦେଲେ ଜିନପିଙ୍ଗ୍ ସରକାର
ପଜିଟିଭ୍ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ବ୍ୟବସ୍ଥା ହୋଇଛି । ରାଜ୍ୟରେ ୯୦ ପ୍ରତିଶତ ଲୋକ ଡବଲ ଡୋଜ୍ ଟିକା ନେଇଛନ୍ତି । ସେହିପରି ୪୦% ବୁଷ୍ଟର ଡୋଜ୍ ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)