Advertisment

୩୦ରେ ସରୁଛି ମାଗଣା କରୋନା ଟିକା

ତୁରନ୍ତ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

author-image
Chandan Shishu
ଅଦ୍ୟତନ ହୋଇଛି
Covid Vaccine

Covid Vaccine

ସରି ସରି ଆସୁଛି ମାଗଣା ଟିକା ଅବଧି। ତୁରନ୍ତ ବୁଷ୍ଟର ଡୋଜ୍ ନେବାକୁ ନିବେଦନ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏବେ ଯାଏଁ ରାଜ୍ୟରେ ୭୫ ପ୍ରତିଶତ ପ୍ରିକସନ୍ ଡୋଜ୍ ନେଇନାହାନ୍ତି। ଯାହାର ସଂଖ୍ୟା ୨ କୋଟି ୪୦ ଲକ୍ଷ ା ତାସହ ରାଜ୍ୟରେ ଏବେ ଯାଏଁ ୨୩ ଲକ୍ଷ ୩୨ ହଜାର ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି।

Advertisment

ମୁଖ୍ୟତଃ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରେ ଲୋକେ ବିଶେଷ ଆଗ୍ରହ ଦେଖାଉନାହାନ୍ତି। କରୋନାକୁ ମାତ୍ ଦେବାକୁ ହେଲେ ଟିକା ନେବାକୁ ହେବ। ତେଣୁ ତୁରନ୍ତ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସାରା ଦେଶରେ ଚାଲିଥିବା ମାଗଣା ବୁଷ୍ଟର ଡୋଜ୍ ଆସନ୍ତା ୩୦ ତାରିଖରେ ସରୁଛି।

COVID Vaccine Free Vaccine
Advertisment
Advertisment