/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633368824.jpg)
Vaccine by Drone
ନୂଆଦିଲ୍ଲୀ: ଡ୍ରୋନରେ ପହଁଚିଲା କରୋନା ଟିକା। ଆଇସିଏମଆର୍ ଡ୍ରୋନ୍ ଭିତ୍ତିକ ଟିକା ଯୋଗାଣ ମଡେଲ୍ ଆଇ ଡ୍ରୋନ୍ ସେବାର ଆଜି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ କୋଭିଡ୍ ଟିକା ପରିବହନ ପାଇଁ ମେକ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଉପଯୋଗ ହୋଇଛି। ମଣିପୁରର ବିଷ୍ଣୁପୁର ଜିଲ୍ଲା ହସପିଟାଲରୁ ଆକାଶମାର୍ଗରେ ୧୫ କିଲୋମିଟର ଦୂରତା ଅତିକ୍ରମ କରି ୧୨ରୁ ୧୫ ମିନିଟ୍ ମଧ୍ୟରେ କରାଙ୍ଗ ଦ୍ୱୀପରେ କୋଭିଡ୍ ଟିକା ପହଁଚା ଯାଇଛି। ଏହି ଦୁଇ ସ୍ଥାନ ମଧ୍ୟରେ ପ୍ରକୃତ ଦୂରତା ହେଉଛି ୨୬ କିଲୋମିଟର।
ଆଜି ୧୦ ଜଣ ହିତାଧିକାରୀ ଟିକାର ପ୍ରଥମ ଡୋଜ୍ ଏବଂ ୮ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗୁରୁତ୍ୱପୂଣ୍ଣ ଜୀବନରକ୍ଷାକାରୀ ଔଷଧ ଯୋଗାଣ ଏବଂ ସଙ୍କଟାପନ୍ନ ଅବସ୍ଥାରେ ରକ୍ତ ନମୁନା ସଂଗ୍ରହ ଭଳି ସେବା ପାଇଁ ଏଣିକି ଦୁର୍ଗମ ଅଂଚଳରେ ଡ୍ରୋନର ବ୍ୟବହାର କରାଯାଇପାରିବ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ତ୍ୟୋଦୟ ଆଣିବା ପାଇଁ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଁଚାଇବାର ଅଙ୍ଗୀକାର ବଦ୍ଧତାକୁ ଦୃଷ୍ଟିରେ ରଖି ଉତ୍ତର ପୂର୍ବାଂଚଳରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ଡ୍ରୋନ ଭିତ୍ତିକ ପରିବହନ ପ୍ରକଳ୍ପ କେବଳ ମଣିପୁର, ନାଗାଲାଣ୍ଡ ଓ କେନ୍ଦ୍ରଶାସିତ ଅଂଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ତ୍ୱରାନ୍ୱିତ କରିବାକୁ ଅନୁମତି ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)