Advertisment

ଏଣିକି ଘରୋଇ ହସ୍ପିଟାଲରେ ବିକ୍ରି ହେବ କୋଭିଡ୍ ଭ୍ୟାକ୍ସିନ୍

ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନାର ବୁଷ୍ଟର୍ ଡୋଜ୍ । ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ ।

author-image
Otv Khabar Bureau
Booster Doses Allowed For All Adults From Today In Private Centres

Booster Doses Allowed For All Adults From Today In Private Centres

ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନାର ବୁଷ୍ଟର୍ ଡୋଜ୍ । ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ ।

Advertisment

ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ରେ ଯେଉଁ କମ୍ପାନିର ଟିକା ନେଇଥିଲେ, ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଭାବେ ସେହି ଟିକା ହିଁ ଦିଆଯିବ । ଘରୋଇ ହସ୍ପିଟାଲରେ ୨୨୫ ଟଙ୍କାରେ କୋଭିଡ୍ ଭ୍ୟାକ୍ସିନ୍ ମିଳିବ ।

ସୂଚନା ଅନୁସାରେ, ଟିକା ନିର୍ମାତା କମ୍ପାନୀ ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡର ଦାମ୍ ସର୍ବାଧିକ ୨୨୫ ଟଙ୍କା ରଖିଛନ୍ତି । ଏନେଇ ଭାରତ ବାୟୋଟେକ୍ ଏବଂ ସେରମ୍ ଇନଷ୍ଟିଟ୍ୟୁଟ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଏବଂ କୋଭିସିଲ୍ଡ ୬୦୦ ଟଙ୍କାରେ ମିଳୁଥିଲା ।

Advertisment

ଅନ୍ୟପକ୍ଷେ, ବେସରକାରୀ ହସପିଟାଲରେ କରୋନାର ବୁଷ୍ଟର୍ ଡୋଜ ପାଇଁ ସର୍ବାଧିକ ସର୍ଭିସ ଚାର୍ଜ ୧୫୦ ଟଙ୍କା କରାଯାଇଛି । ଏହାଠାରୁ ଅଧିକ ଟଙ୍କା କୌଣସି ହସ୍ପିଟାଲ ନେଇପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟିକାର ଦାମକୁ ଛାଡ଼ି ପ୍ରାଇଭେଟ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ନେଇପାରିବେ ।

COVID-19 COVID Vaccine
Advertisment
Advertisment